ବାରବାଟୀ ଓ୍ବାନ୍‌ଡେ ଇଣ୍ଟରନ୍ୟାସନାଲ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଓସିଏ ସମ୍ପାଦକ

Published By : Prameya-News7 Bureau | June 21, 2024 IST

କଟକ ୨୧।୬: କଟକ ବାରବାଟୀରେ ହେବାକୁ ଥିବା ୱାନଡେ ଇଣ୍ଟରନ୍ୟାସନାଲ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ସେ କହିଛନ୍ତି, ଆସନ୍ତା ବର୍ଷ ଫେବୃୟାରୀରେ ହେବ ମ୍ୟାଚ, ତେଣୁ ପ୍ରସ୍ତୁତି ପାଇଁ ହାତରେ ଯଥେଷ୍ଟ ସମୟ ଅଛି । ତେଣୁ ମ୍ୟାଚକୁ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ସଞ୍ଜୟ କହିଛନ୍ତି । ଏହା ଭିତରେ ଓସିଏ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ୱାନ୍‌ଡେ ଇଣ୍ଟରନ୍ୟାସନାଲ ପାଇଁ ବିଭିନ୍ନ କମିଟି ମଧ୍ୟ ଗଠନ କରାଯିବା । ତେବେ ମ୍ୟାଚ ପରେ ବାରବାଟୀ ଷ୍ଟାଡିୟମ ନବୀକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ଓସିଏ ସ୍ପଷ୍ଟ କରିଛି । ନବୀକରଣ କାର୍ଯ୍ୟ ଲାଗି ଲଣ୍ଡନର ଏକ ସଂସ୍ଥା ସହ ଏମଓୟୁ ସ୍ଵାକ୍ଷରିତ ହୋଇଛି । ଉକ୍ତ ସଂସ୍ଥା ତାର ରିପୋର୍ଟ ଦେଲାପରେ ବାରବାଟୀ ଷ୍ଟାଡିୟମର ନବୀକରଣ କାମ ଆରମ୍ଭ ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ ଖେଳାଯିବ ଏକଦିବାସୀୟ ଆନ୍ତର୍ଜାତୀୟ ମ୍ୟାଚ । ତେଣୁ କ୍ରିକେଟପ୍ରେମୀ ମାନେ ଖୁବ୍ ଉତ୍ସାହିତ ଅଛନ୍ତି । ତେଣେ ମ୍ୟାଚର ସଫଳ ଆୟୋଜନ ପାଇଁ ଓସିଏକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ଓସିଏ ସମ୍ପାଦକ କହିଛନ୍ତି ।

You Can Read :

ରାଜ୍ୟରେ ସ୍ଥିର ରହିଛି ଡିପ୍‌ଥେରିଆ ସଂକ୍ରମଣ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.