ଧାର ଟଙ୍କା ମାଗିବାକୁ କେନ୍ଦ୍ରକରି ଗୁଳିମାଡ଼ : ଜଣେ ଆହତ, ଦୁଇ ଗିରଫ

Published By : Prameya-News7 Bureau | July 16, 2024 IST

ଝାରସୁଗୁଡା ୧୬: ଝାରସୁଗୁଡା ଜିଲ୍ଲାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସୋମବାର ରାତିରେ ଗୁଳିକାଣ୍ଡ l ଗୁଳିକାଣ୍ଡରେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲର ମନୋଜ ବାରିକ ଆହତ ହୋଇଥିବା ବେଳେ ଅଭିଯୁକ୍ତ ବନ୍ଧବାହାଲର ଏମଡି ସୋନୁ ଏବଂ ସହଯୋଗୀ ଅଶ୍ୱିନୀ ରଣାଙ୍କୁ ବନହରପାଲି ପୋଲିସ ଗିରଫ କରିଛି l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୯ ଏମଏମ ପିସ୍ତଲ ଏବଂ ୧୫ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି l 

ସୂଚନାଯୋଗ୍ୟ ଯେ, ମନୋଜ, ଏମଡି ସୋନୁ, ଶିବ ସାଗର ଓ କିଛି ସାଙ୍ଗ ମିଶି ବନ୍ଧବାହାଲ ଅଞ୍ଚଳରୁ ସମ୍ବଲପୁରକୁ ବରଯାତ୍ରୀ ଯାଇଥିଲେ l ତେବେ ଏମଡି ସୋନୁଙ୍କ ଠୁ ଶିବ ସାଗର କିଛି ଟଙ୍କା ପୂର୍ବରୁ ଧାର ନେଇଥିଲେ l ଏମଡି ସୋନୁ ଶିବ ସାଗରଙ୍କୁ ନିଜ ଟଙ୍କା ଫେରସ୍ତ ମାଗିବା ସହ ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ଦେଇଥିଲେ l ଏହି ସମୟରେ ମନୋଜ ବାରିକ ଏମଡି ସୋନୁଙ୍କୁ ବୁଝାସୁଝା କରିବାରୁ ଉତ୍ତ୍ୟକ୍ତ ହୋଇ ମନୋଜଙ୍କ ଉପରକୁ ଗୁଳି ଚାଳନା କରି ଫେରାର ମାରିଥିଲା ଏମଡି ସୋନୁ ଏବଂ ତାଙ୍କ ସହଯୋଗୀ ଅଶ୍ୱିନୀ ରାଣା l ଆହତ ମନୋଜଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବନହରପାଲି ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି l

You Can Read:

ହାଇଓ୍ବାକୁ ପିଟିଲା ‘ଦିଲଖୁସ’ ବସ୍, କିଛି ଯାତ୍ରୀ ଆହତ ସୂଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.