ଭଦ୍ରକ ୨୩।୦୧ : ଭଦ୍ରକରେ ଅଟୋ ଡ୍ରାଇଭର ଛୁଆ ନେଇଯିବା ଘଟଣା । ସାମ୍ନାକୁ ଆସିଲା ସତ । ସେ ଛୁଆକୁ ଚୋରି କରିନାହାନ୍ତି , ବରଂ ସେ ଗାଡିରେ ଶୋଇପଡିଥିଲା । ତେଣୁ ଜଣାପଡିଲାନାହିଁ । ଗାଡି କିଛି ବାଟ ଯିବା ପରେ ହଠାତ୍ ଛୁଆଟି କାନ୍ଦିଥିଲା । ଆଉ ଏହାପରେ ଛୁଆକୁ ନେଇ ଥାନାରେ ପୋଲିସର ଜିମା ଦେଇଛନ୍ତି ଅଟୋ ଡ୍ରାଇଭର ।
ମହାରାଷ୍ଟ୍ରରୁ ଆସିଥିବା ଯାତ୍ରୀଙ୍କ ୫ ବର୍ଷର ଛୁଆକୁ ଅଟୋ ଡ୍ରାଇଭର ନେଇଥିବାର ଅଭିଯୋଗ ହୋଇଥିଲା । ଗୋଟିଏ ଅଟୋ ଫେରାର ଥିବା ବେଳେ ଅନ୍ୟ ଏକ ଅଟୋ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଲୋକ । ମହାରାଷ୍ଟ୍ରରୁ କିଛି ଲୋକ ଭଦ୍ରକ ଆସିଥିଲେ । ଭଦ୍ରକ ଷ୍ଟେସନରେ ଓହ୍ଲାଇବା ପରେ ଦୁଇଟି ଅଟୋ ବନ୍ତ ଛକ ନିକଟକୁ ଆସିଥିଲେ । ଗୋଟିଏ ଅଟୋରୁ ଲୋକେ ଓହ୍ଲାଇବା ପରେ ଛୋଟ ପିଲାଟି ଗାଡିରେ ବସିଥିଲା । ଅଟୋରେ ଥିବା ପିଲାକୁ ନେଇ ଦ୍ରୁତ ଗତିରେ ପଳାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଅନ୍ୟ ଏକ ଅଟୋକୁ ଅଟକାଇ ପୋଲିସ ଜିମା ଦେଇଥିଲେ ।
ଅନ୍ୟପଟେ ଫେରାର ଥିବା ଅଟୋ ଡ୍ରାଇଭର ଜଣଙ୍କ ଥାନାକୁ ଆସିଥିଲେ । ଆଉ ହଜିଯାଇଥିବା ଛୁଆକୁ ଥାନାରେ ଜିମା ଦେଇଛନ୍ତି ଅଟୋ ଡ୍ରାଇଭର । ଏହି ଅବସରରେ ସେ କହିଛନ୍ତି ଯେ, ଛୋଟ ଛୁଆଟି ଅଟୋର ପଛ ପଟେ ଶୋଇଥିବା ପଡିଥିଲା । ତେଣୁ ମୁଁ ଜାଣିପାରିନଥିଲି । ପିଲା ଯେତେବେଳେ କାନ୍ଦିଲା, ସେତେବେଳେ ଆଣି ଥାନାରେ ଜିମା ଦେଇଛନ୍ତି ବୋଲି କହିଛନ୍ତି ଅଟୋ ଡ୍ରାଇଭର ।
ଗମ୍ଭୀର ଓ ସୂର୍ଯ୍ୟାଙ୍କ ପାଦ ଛୁଇଁବାକୁ ଇଚ୍ଛା, କାହିଁକି ଏମିତି କହିଲେ ସାମସନ୍ଙ୍କ ବାପା