ବ୍ରେନ କ୍ୟାନସର୍‌ କାରଣ ହେଉଛି କି ମୋବାଇଲ ବ୍ୟବହାର? ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Published By : Prameya-News7 Bureau | September 03, 2024 IST

WION

ନୂଆଦିଲ୍ଲୀ: ମୋବାଇଲ ବ୍ୟବହାର ବ୍ରେନ୍‌ ଟ୍ୟୁମର ଓ ବ୍ରେନ କ୍ୟାନସର୍‌ କାରଣ କି?  ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରିଚାଳିତ ସବୁଠାରୁ ବଡ ଅଧ୍ୟୟନ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ମୋବାଇଲ୍ ଫୋନ୍ ମସ୍ତିଷ୍କ କର୍କଟ କୌଣସି ଲିଙ୍କ୍‌ ନାହିଁ। ବର୍ଷ ବର୍ଷ ଧରି ସାଧାରଣ ଧାରଣା ଥିଲା ଯେ ମୋବାଇଲ ବ୍ୟବହାର ବେଳେ ରେଡିଓ ଓ୍ୱେଭ୍‌ରୁ ନିର୍ଗତ ହେଉଥିବା ନନ-ଆୟନାଇଜିଂ ବିକିରଣ ମସ୍ତିଷ୍କ କର୍କଟ କିମ୍ବା ଅନ୍ୟାନ୍ୟ ପ୍ରକାରର ଟ୍ୟୁମର ସୃଷ୍ଟି କରିପାରେ।

ପ୍ରକାଶ ଥାଉକି, 1994 ରୁ 2022 ମଧ୍ୟରେ ୨୨ଟି ଦେଶର ୬୪ଟି ଷ୍ଟଡି ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା। ଫୋନର ବ୍ୟବହାର ଏବଂ ଏହାର ମାନବ ଶରୀର ଉପରେ ଏହାର ପ୍ରଭାବକୁ ନେଇ ଏହି ଷ୍ଟଡି ରିପୋର୍ଟରେ ଉଲ୍ଲେଖ ଥିଲା। ଏହି ସମୀକ୍ଷାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ମୋବାଇଲ୍ ଦ୍ୱାରା କୌଣସି ପ୍ରକାରର କର୍କଟ ରୋଗ ସୃଷ୍ଟି କରିବାରେ ମଧ୍ୟରେ କୌଣସି ଲିଙ୍କ ନାହିଁ।

ଏନେଇ ବିଶେଷଜ୍ଞୱ କହିଛନ୍ତି ଯେ ମୋବାଇଲ୍ ଫୋନ୍ ଏବଂ ମସ୍ତିଷ୍କ କର୍କଟ କିମ୍ବା ବେକ କର୍କଟ ମଧ୍ୟରେ କୌଣସି ଲିଙ୍କ ନାହିଁ ବୋଲି ଆମେ ସିଦ୍ଧାନ୍ତରେ ପହଞ୍ଚିଛୁ। ଏହାର ରିଭ୍ୟୁରେ ବୟସ୍କ ଏବଂ ଶିଶୁମାନଙ୍କ ମସ୍ତିଷ୍କର କର୍କଟ, ଏବଂ ପିଟୁଇଟାରୀ ଗ୍ରନ୍ଥି, ଲାଳ ଗ୍ରନ୍ଥି ଏବଂ ଲ୍ୟୁକେମିଆ କର୍କଟ ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ସହିତ ଜଡିତ ବିପଦ ଉପରେ ଫୋକସ କରାଯାଇଥିଲା।

ଏହା ସହିତ, ଅଧ୍ୟୟନ ସ୍ପଷ୍ଟ କରିଛି ଯେ କୌଣସି ବ୍ୟକ୍ତି 10 କିମ୍ବା ଅଧିକ ବର୍ଷ (ଦୀର୍ଘ ସମୟ ବ୍ୟବହାର) ମୋବାଇଲ୍ ଫୋନ୍ ବ୍ୟବହାର କଲେ ମଧ୍ୟ କର୍କଟ ସହିତ କୌଣସି ସମ୍ପର୍କ ନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.