ନୂଆଦିଲ୍ଲୀ ୧୨/୧୧: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି । ଏବେ ସେ ମୈଦାନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ବୁଧବାର ଠାରୁ ମଧ୍ୟପ୍ରଦେଶ ଏବଂ ବଙ୍ଗ ମଧ୍ୟରେ ଖେଳାଯିବ ରଣଜୀ ଟ୍ରଫି ମ୍ୟାଚ୍ । ଏହି ମ୍ୟାଚ ଜରିଆରେ କମ୍ବ୍ୟାକ୍ କରିବେ ମହମ୍ମଦ ଶାମୀ । ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ମହମ୍ମଦ ଶାମୀଙ୍କ ଫିଟନେସ୍ ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତିକର ଖବର ନିଶ୍ଚୟ ।
ମହମ୍ମଦ ଶାମୀ ଶେଷ ଥର ପାଇଁ ODI ବିଶ୍ୱକପ ୨୦୨୩ରେ ଭାରତ ପାଇଁ ଖେଳିଥିଲେ । ଏହା ପରେ ଗୋଡରେ ଅସ୍ତ୍ରୋପଚାର ପାଇଁ ସେ ମୈଦାନରୁ ଦୂରେଇ ରହିଥିଲେ । ଏଥିସହ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (କ୍ୟାବ) କହିଛି ଯେ ମହମ୍ମଦ ଶାମୀଙ୍କ ଦଳରେ ସାମିଲ ହେବା ବଡ଼ ଉତ୍ସାହ ନିଶ୍ଚୟ । ଆହୁରି ବି ରଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ପୁରା ଟିମ୍ର ମନୋବଳକୁ ମଧ୍ୟ ବଢାଇବ ।
ବୁଧବାର ମଧ୍ୟପ୍ରଦେଶ ରଣଜୀରେ ବେଙ୍ଗଲ ମଧ୍ୟରେ ପ୍ରଥମ ମୁକାବିଲା ଦେଖିବାକୁ ମିଳିବ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏବେ ମହମ୍ମଦ ଶାମୀଙ୍କ ପ୍ରତ୍ୟାବର୍ତ୍ତନ ବେଙ୍ଗଲ ବନାମ ମଧ୍ୟପ୍ରଦେଶ ମ୍ୟାଚକୁ ବେଶ୍ ରାମାଞ୍ଚକର କରିଛି । ତେବେ ଶାମୀଙ୍କ ସେହି ଷ୍ଟାିଲ୍ ଦେଖିବାକୁ ଉତ୍ସାହୀତ ଅଛନ୍ତି ଦର୍ଶକ ।
ସୂଚନା ଥାଉକି, ଯେ, ODI ବିଶ୍ୱକପ ୨୦୨୩ ପରେ ମହମ୍ମଦ ଶାମୀଙ୍କ ଅସ୍ତ୍ରୋପଚାର ହୋଇଥିଲା । ଏହା ପରେ ସେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ କରୁଥିଲେ । ଏଥିସହ ବର୍ତ୍ତମାନ ଡାକ୍ତରୀ ଦଳ ମହମ୍ମଦ ଶାମୀଙ୍କୁ ମ୍ୟାଚ୍ ଖେଳିବାକୁ ଅନୁମତି ଦେଇଛନ୍ତି । ବିଶ୍ୱାସ କରାଯାଏ ଯେ ମହମ୍ମଦ ଶାମୀ ରଣଜୀ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିବାକୁ ଏବଂ ବର୍ଡର ଗାଭାସ୍କର ଟ୍ରଫି ପାଇଁ ତାଙ୍କର ପ୍ରସ୍ତୁତିରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ।