ନୀତି ଆୟୋଗ ରିପୋର୍ଟ: ଦାରିଦ୍ର୍ୟ ସୀମା ରେଖାରୁ ବାହାରିଲେ ୧୩.୫ କୋଟି ଲୋକ, ଏହି ରାଜ୍ୟ କରିଛି ଭଲ ପ୍ରଦର୍ଶନ

Published By : Prameya-News7 Bureau | July 17, 2023 IST

ନୂଆଦିଲ୍ଲୀ: ମୋଦୀ ସରକାରର ୫ ବର୍ଷ ଶାସନ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରି ପାରିଛନ୍ତି। ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ନୀତି ଆୟୋଗ ପକ୍ଷରୁ ଆଜି(ଜୁଲାଇ ୧୭) ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଏକ ପ୍ରଗତି ସମୀକ୍ଷା ୨୦୨୩’(National Multidimensional Poverty Index: A Progress Review 2023) ନାଁରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୧୫-୧୬ ଠାରୁ ୨୦୧୯-୨୧ ମଧ୍ୟରେ ଗତ ୫ ବର୍ଷରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫ ପ୍ରତିଶତରୁ ହ୍ରାସ ପାଇ ୧୭.୯୬ ପ୍ରତିଶତ ରହିଛି।

{"width":838,"height":472}
UN praises 'remarkable' India as 415 million exit poverty levels in 15  years | Latest News India - Hindustan Times

ଗାଁରେ ହ୍ରାସ ହୋଇଛି ଦାରିଦ୍ର୍ୟତା

ରିପୋର୍ଟ ଅନୁସାରେ ମୋଦୀଙ୍କ ଏହି ୫ ପର୍ଷ ଶାସନ କାଳ ଭିତରେ ଗ୍ରାମୀଣ ଅଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତ ହୋଇଛି। ଏହି ଅବଧି ଭିତରେ ସହରାଞ୍ଚଳରେ ଦାରିଦ୍ରତା ସଂଖ୍ୟାରେ ୮.୬୫ ପ୍ରତିଶତରୁ ହ୍ରାସ ପାଇ ୫.୨୭ ପ୍ରତିଶତ ରହିଛି। ଦେଶର ସବୁ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଅଧିକ ଦାରିଦ୍ର ଦୂର ହୋଇଛି। ଏହି ଅବଧି ଭିତରେ ଉତ୍ତର ପ୍ରଦେଶରେ ୩.୪୩ ପ୍ରତିଶତ ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ଉତ୍ତର ପ୍ରଦେଶ ପରେ ବିହାର, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ରଜସ୍ଥାନ ଯଥାକ୍ରମେ ରହିଛନ୍ତି।

ପଢ଼ନ୍ତୁ-ବିଦେଶକୁ ଯାନବାହନ ରପ୍ତାନୀରେ ୨୮ ପ୍ରତିଶତ ହ୍ରାସ, ମୁଦ୍ରା ସଂକଟ ଯୋଗୁ କମିଛି ବିକ୍ରି

{"width":840,"height":473}
Poverty in India is yet again being overstated | Mint #AskBetterQuestions



ଏହିସବୁ ଦିଗରେ ହୋଇଛି ସୁଧାର

NITI ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି।

ଏସ୍‌ଡିଜ ସମ୍ପର୍କିତ ୧୨ ଟି ସୂଚକାଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ମାପ କରାଯାଇଥାଏ। ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଗ୍ୟାସ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ଏହିସବୁଗୁଡ଼ିକରେ ଉନ୍ନତି ଦେଖିବାକୁ ମିଳିଛି।

ନୀତି ଆୟୋଗ ତା ରିପୋର୍ଟରେ କହିଛି ଯେ ପରିମଳ, ପୁଷ୍ଟିକର ଖାଦ୍ୟ, ରନ୍ଧନ ଗ୍ୟାସ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବିଶୁଦ୍ଧ ପାନୀୟ ଜଳ ଏବଂ ବିଦ୍ୟୁତ୍ ଉପରେ ସରକାରଙ୍କ ମୁଖ୍ୟ ଧ୍ୟାନ ଦିଆଯାଇଛି। ଏହି କାରଣରୁ ଦାରିଦ୍ର୍ୟ ହ୍ରାସ ଦିଗରେ ଏହି ସଫଳତା ମିଳିଛି। ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁଖ(ଏନିମିଆ ଫ୍ରି) ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକୀୟ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।

Just how poor is India? 10 per cent, says the World Bank

ପଢ଼ନ୍ତୁ-ଘରୋଇ ପୁଞ୍ଜି ବଜାରରେ ଦୀପାବଳି, ନୂଆ ରେକର୍ଡ ସ୍ତରରେ ସେନସେକ୍ସ-ନିଫ୍ଟି

ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୋଦୀ ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତୀ ଆୟୋଗ ତା ରିପୋର୍ଟରେ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.