ଭୁବନେଶ୍ବର ୨।୧୧: ଦୀପାବଳିରେ ବାଣଫୁଟା ଯୋଗୁ ରାଜଧାନୀ ଭୁବନେଶ୍ବରେ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲୀପ ପଣ୍ଡା । ସେ କହିଛନ୍ତି, ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡିବ । ଏହାଦ୍ବାରା ଶ୍ବାସଜନିତ ରୋଗରେ ପୀଡିତ ରୋଗୀ ଅଧିକ ପ୍ରଭାବିତ ହେବେ । ସାଧାରଣ ଲୋକ ମଧ୍ୟ ନିଶ୍ବାସ ପ୍ରଶ୍ବାସ ନେବା ସମସ୍ୟାରେ ସମ୍ମୁଖୀନ ହେବେ । ଜନସାଧାରଣ ଏଥିପ୍ରତି ସଚେତନ ହେବା ଆବଶ୍ୟକତା ରହିଛି । ପରମ୍ପରାକୁ ନଜରରେ ରଖି ପରିବେଶକୁ ଦୂଷିତ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ସେପଟେ ଓୟୁଏଟି କୃଷି ବୈଜ୍ଞାନିକ ଅମରେଶ ଖୁଣ୍ଟିଆ କହିଛନ୍ତି, ଦୀପାବଳି ଯୋଗୁଁ ଭୁବନେଶ୍ୱରରେ କୃତ୍ରିମ କୁହୁଡ଼ି ଦେଖିବାକୁ ମିଳିଛି । ଶୁକ୍ରବାର ରାତିରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଯାହାର ଭିଜିବିଲିଟି ୫୦ରୁ ୧୦୦ ମିଟର ରହିଛି । ତେବେ ଏହା କୁହୁଡ଼ି ନୁହେଁ ଧୂଆଁ ବୋଲି ଅମରେଶ କହିଛନ୍ତି । ରାଜଧାନୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ତେବେ ଗ୍ରୀନ୍ ବାଣରୁ ଧୂଆଁ ଅଧିକ ହେଉଥିବାରୁ କୃତ୍ରିମ କୁହୁଡ଼ି ହୋଇଥିବା ସେ କହିଛନ୍ତି । ଗ୍ରୀନ୍ ବାଣରେ କେଉଁ ଗ୍ୟାସ୍ ରହୁଛି ଏହାକୁ ଚେକ୍ କରିବା ଦରକାର । ଏହି ଧୂଆଁର ପ୍ରଭାବ ଶ୍ବାସ ରୋଗୀ, ହୃଦୟ ରୋଗୀ ଓ ଫୁସଫୁସ ଜନିତ ରୋଗରେ ପୀଡିତ ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଶନିବାର ଭୁବନେଶ୍ୱରର ବାୟୁ ପ୍ରଦୂଷଣ ସକାଳୁ ୧୮୧ ଏକ୍ୟୁଆଇ ରେକର୍ଡ କରାଯାଇଛି ।
You Can Read: