ରାମାୟଣ ନାଟକ ଦେଖିବା ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ୧୪ରୁ ଅଧିକ ପିଲା ଆହତ

Published By : Prameya-News7 Bureau | July 14, 2024 IST

ଦିଗପହଣ୍ଡି ୧୪: ବିଦ୍ୟୁତ ଝଟକାରେ ୧୪ରୁ ଅଧିକ ପିଲା ଆହତ ହୋଇଛନ୍ତି । ଗ୍ରାମରେ ରାମାୟଣ ଚାଲିଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ଗ୍ରାମରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ଗ୍ରାମରେ ଚାଲିଥିଲା  ରାମାୟଣ ନାଟକ । ସମସ୍ତେ ନାଟକ ଦେଖୁଥିବା ସମୟରେ ହଠାତ ବର୍ଷା ହେବା କାରଣରୁ ନାଟକ ବନ୍ଦ ହୋଇଥିଲା । ଗ୍ରାମର କିଛି ଛୋଟ ପିଲା ମଞ୍ଚ ତଳେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ମଞ୍ଚ ତଳେ ରହିଯାଇଥିଲେ । କିନ୍ତୁ ହଠାତ ବିଦ୍ୟୁତ ଝଟକା ଲାଗିଥିଲା । ବିଦ୍ୟୁତ ଝଟକାରେ ୧୪ରୁ ଅଧିକ ପିଲା ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଛୁଆଙ୍କୁ ଦିଗପହଣ୍ଡି  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଆହତ ହୋଇଥିବା ପିଲାମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । 

You Can Read:

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମ୍‌ଓ ପକ୍ଷରୁ ଟ୍ବିଟ୍, ‘ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.