ବଲିଉଡ୍‌ରେ ରାଜ୍‌ କରିବେ ମୁକେଶ ଅମ୍ଵାନୀ, କିଣିବେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ

Published By : Prameya-News7 Bureau | October 14, 2024 IST

ମୁମ୍ଵାଇ ୧୪।୧୦; ମୁକେଶ ଅମ୍ବାନୀ ଶୀଘ୍ର ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ୟବସାୟ ଆଇଟିରୁ ପେଟ୍ରୋକେମିକାଲ୍ସ, ଯାଏଁ  ଗ୍ରୀନ୍‌ ଏନର୍ଜି ଠାରୁ ଟେଲିକମ୍, ରିଟେଲ ଠାରୁ ଫ୍ୟାଶନ୍ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟ ବଢି ଚାଲିଛି । ବର୍ତ୍ତମାନ ସେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ବ୍ୟବସାୟକୁ ବଢାଇବରେ ଲାଗିଛନ୍ତି। ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଆଡେ ଯାଉଛନ୍ତି । ମୁକେଶ ଅମ୍ଵାନୀଙ୍କ କମ୍ପାନୀ ବଲିଉଡର ଧର୍ମା ପ୍ରଡକ୍ସନ କିଣିବାକୁ ପ୍ରସ୍ତୁତ ହେଉଛି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସ କିଣିବାକୁ ପ୍ରସ୍ତୁତ ହେଉଛି।  ଏହି ଡିଲ୍ ସହିତ ରିଲାଏନ୍ସ କଣ୍ଟେଟ୍‌ ପ୍ରଡକସନ କ୍ଷେତ୍ରରେ ବିସ୍ତାର ହେବ । ତେବେ ଧର୍ମା ପ୍ରଡକ୍ସନ୍ସରେ କେତେ ପରିମାଣର ସେୟାର ରହିଛି, ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.