ଐଶ୍ଵର୍ଯ୍ୟା ରାୟ ଓ ଅଭିଷେକଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡ଼ପତ୍ର ! ଅମିତାଭ ବଚ୍ଚନ ଦେଲେ ବଡ଼ ସଙ୍କେତ

Published By : Prameya-News7 Bureau | October 14, 2024 IST

ମୁମ୍ବାଇ: ଐଶ୍ଵର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କୁ ନେଇ ଛାଡ଼ପତ୍ର ଖବର ଅନେକ ମାସ ହେବ ଚାଲି ଆସିଛି। ଉଭୟ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।ତେବେ ଏ ପର୍ଯ୍ୟନ୍ତ ଦମ୍ପତ୍ତି କିମ୍ବା ତାଙ୍କ ପରିବାର ପକ୍ଷରୁ ଏହି ଗୁଜବ ଉପରେ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନ ଥିଲା। କିନ୍ତୁ ଏବେ ଅମିତାଭ ବଚ୍ଚନ ଏମିତି କିଛି ସଙ୍କେତ ଦେଇଛନ୍ତି ଯେଉଁ କାରଣରୁ ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଛାଡ଼ପତ୍ର ଖବରରେ ସତ୍ୟତା ଥିବା କୁହାଯାଉଛି।

ଅମିତାଭ ବଚ୍ଚନ ସଂପ୍ରତି କୌନ ବନେଗା କରୋଡ଼ପତି ୧୬ର ହୋଷ୍ଟ କରୁଛନ୍ତି। ଅକ୍ଟୋବର ୧୧ ତାରିଖରେ ବିଗ୍ ବିଙ୍କ  ଜନ୍ମଦିନ ଥିଲା। ତାଙ୍କର ଏହି ଖାସ୍ ଦିନରେ କୌନ ବନେଗା କରୋଡ଼ପତି ୧୬ର ମଞ୍ଚରେ ମଧ୍ୟ ଜନ୍ମଦିନ ପାଳନ କରାଯାଇଥିଲା। ଏହି ସମୟରେ ଏକ ଭିଡିଓ ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ପରିବାର ଲୋକ ଏକ ସ୍ଵତନ୍ତ୍ର ବାର୍ତ୍ତା ସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। 

ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ପୂରା ପରିବାର ସାମିଲ ଥିଲେ। ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ଵେତା ନନ୍ଦା ବଚ୍ଚନ, ନାତି ଅଗସ୍ତ୍ୟ ନନ୍ଦା ଓ ନାତୁଣୀ ନବ୍ୟା ନନ୍ଦା ନବେଲି ସବୁ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଥିଲେ।  ବିଗ୍ ବିଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ମଧ୍ୟ କିଛି ଫଟୋ ଏଥିରେ ସାମିଲ୍ ଥିଲା। ମାତ୍ର ଐଶ୍ଵର୍ଯ୍ୟା ରାୟଙ୍କୁ କେଉଁଠି ବି ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଦାବି କରାଯାଇଛି ଯେ, ଐଶ୍ଵର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.