ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଉମର ଅବଦୁଲ୍ଲା

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ଅକ୍ଟୋବର ୧୬ ତାରିଖରେ ଜମ୍ମୁ-କାଶ୍ମୀରର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଉପରାଜ୍ୟପାଳ ମନୋଜ ସିହ୍ନା ସମାରୋହ ପାଇଁ ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ୧୧ଟା ୩୦ ସମୟ ନିର୍ଦ୍ଧାରିତ କରିଛନ୍ତି। ଉପରାଜ୍ୟପାଳଙ୍କ ପକ୍ଷରୁ ଉମର ଅବଦୁଲ୍ଲାଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦିଆଯାଇଛି। ସରକାର ଗଢିବା ପାଇଁ ନ୍ୟାସନାଲ କନଫରେନ୍ସକୁ କଂଗ୍ରେସ, ଆପ୍ ଓ ସ୍ଵାଧୀନ ବିଧାୟକ ସମର୍ଥନ ଦେବାକୁ ଘୋଷଣା କରି ସାରିଛନ୍ତି।

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ- କଂଗ୍ରେସ ମେଣ୍ଟ ବିଜୟ ହାସଲ କରିଛି। ନ୍ୟାସନାଲ କନଫରେନ୍ସର ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ମେଣ୍ଟ ନେତା ଚୟନ କରାଯାଇଛି। ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ଦିନ ପରେ ଅର୍ଥାତ ଅକ୍ଟୋବର ୧୩ ତାରିଖରେ ଜମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି। ଏହା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର  ହୋଇଛି। 




ଉମର ଅବଦୁଲ୍ଲା ନିଜେ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ଯେ, ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି। ଉମର ଲେଖିଛନ୍ତି, ଏଲଜି ମନୋଜ ସିହ୍ନା ଜୀଙ୍କ ପ୍ରଧାନ ସଚିବଙ୍କ ପକ୍ଷରୁ ଚିଠି ପାଇ ଖୁସି। ମୋତେ ଜମ୍ମୁ-କାଶ୍ମୀରରେ ପରବର୍ତ୍ତୀ ସରକାର ଗଠନ କରିବାର ନିମନ୍ତ୍ରଣ ଚିଠି ମିଳିଛି। 

ସୂଚନାଯୋଗ୍ୟ, ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ବେଶ ସଫଳତାର ସହ ସଂପନ୍ନ ହୋଇଛି।ଏଠାରେ ବିଜେପି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ବିଜେପିକୁ ୨୯ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ୪୯ ସିଟ୍ ସହ ସ୍ପଷ୍ଟ ବହୁମତ ମିଳିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.