ମହମ୍ମଦ ସାମିଙ୍କୁ ନେଇ ଦିଲ୍ଲୀ ପୋଲିସର ମଜାଳିଆ ଟ୍ବିଟ୍; ‘ପ୍ଲିଜ୍ ଆରେଷ୍ଟ୍ କରିବନି’

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ, ୧୬/୧୧ : ବିଶ୍ଵକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ସେମିଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ୍ ସଂଗ୍ରହ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଟିମ୍ ୪୮.୨ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୩୨୭ ରନ୍‌ କରିଥିଲା । ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଚିତ୍‌ ହୋଇଥିଲା ଓ୍ବିକି ଦଳ । ସାମି ୭ଟି ୱିକେଟ୍ ନେଇ ଟିମ୍ ଇଣ୍ଡିଆକୁ ବିଜୟୀ କରିଛନ୍ତି । ଫଳରେ ଟିମ୍ ଇଣ୍ଡିଆ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ।  ତେବେ ଏହି ଚମତ୍କାର ପ୍ରଦର୍ଶନକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ସାମିଙ୍କୁ ନେଇ ଟ୍ରେଣ୍ଡିଂ ଚାଲିଛି ।

ମହମ୍ମଦ ସାମିଙ୍କ ଏହି ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ ମଜାଳିଆ ଅନ୍ଦାଜରେ ମୁମ୍ଵାଇ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରିଛି। ମ୍ୟାଚ୍ ପରେ ଦିଲ୍ଲୀ ପୋଲିସ ପୋଷ୍ଟ କରିଛି ଯେ, 'ମୁମ୍ଵାଇ ପୋଲିସ ଆମେ ଆଶା କରୁଛୁ ଯେ, ମହମ୍ମଦ ସାମିଙ୍କ ଆକ୍ରମଣ ପାଇଁ ତାଙ୍କୁ ଗିରଫ କରିବେ ନାହିଁ।' । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।

wp:embed {"url":"https://www.prameyanews7.com/team-india-win-first-semi-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-win-first-semi-in-world-cup-2023/
/wp:embed

ମୁମ୍ଵାଇ ପୋଲିସ ମଧ୍ୟ ଦିଲ୍ଲୀ ପୋଲିସର ଏହି ପୋଷ୍ଟର ତୁରନ୍ତ ରିପ୍ଲାଏ ଦେଇଛି। ମୁମ୍ଵାଇ ପୋଲିସ ଲେଖିଛି ଯେ, 'ଦିଲ୍ଲୀ ପୋଲିସ, ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରି କରିବା ଅଭିଯୋଗରେ ଧାରା ଲଗାଇବାକୁ ଭୁଲି ଯାଇଛନ୍ତି, ଏହା ସହ ଆପଣ ସାଥି ଅଭିଯୁକ୍ତଙ୍କ ଲିଷ୍ଟ୍ ଦେଵାକୁ ଭୁଲି ଯାଇଛନ୍ତି।'

wp:html /wp:html

ପ୍ରକାଶ ଥାଉକି, ମୁମ୍ଵାଇ ପୋଲିସ ଏଠାରେ ମ୍ୟାଚର ହିରୋ ବିରାଟ କୋହଲି, ଶ୍ରେୟସ ଅୟର, ଶୁଭମନ ଗିଲ୍, କେଏଲ୍ ରାହୁଲଙ୍କୁ ଈସାରା ଏକି ଏହି ରିପ୍ଲାଏ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.