କୁରୁଣ୍ଟୀ ଗାଁରେ ଅଘଟଣ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | October 19, 2024 IST

Breaking_1

ପଟ୍ଟାମୁଣ୍ଡାଇ ୧୯।୧୦ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟୀ ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଥିଲେ । ଯାହାପରେ ଯୁବକ ଜଣଙ୍କ ଗୁରୁତର ହୋଇ ରାସ୍ତାରେ ପଡିଯାଇଥିଲେ। ଶେଷରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ହେଉଛନ୍ତି କୁରୁଣ୍ଟି ଗାଁର ରଶ୍ମି ରଞ୍ଜନ ପରିଡ଼ା ବୋଲି ଜଣାପଡିଛି। 

ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସେପଟେ ରାଜନଗର ପୋଲିସ ଘଟଣା ସଂପର୍କରେ ଖବର ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ତଥ୍ୟ ଯୋଗାଡ କରୁଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.