ନାଗାଙ୍କର ପୁଣି ପଡିବ ହାତଗଣ୍ଠି, ବିଜନେସ୍‌ମ୍ୟାନ୍‌ ଝିଅକୁ କରିବେ ବିବାହ

Published By : Prameya-News7 Bureau | September 14, 2023 IST

ମୁମ୍ଵାଇ ୧୪।୦୯: ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ। ବର୍ତ୍ତମାନ ସେ ଦ୍ୱିତୀୟ ଥର ବିବାହ କରିବାକୁ ପ୍ରସ୍ତୁତ ଥିବା ଜଣାଯାଇଛି। ଅକ୍ଟୋବର ୨, ୨୦୨୧ରେ ସେ ତାଙ୍କ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥାଙ୍କ ସହ ପାରସ୍ପରିକ ସମ୍ମତି ଦେଇ ଅଲଗା ହେବା ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ନାଗା ସାମନ୍ଥାଙ୍କ ଠାରୁ ଛାଡପତ୍ର ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି । ବର୍ତ୍ତମାନ ଲାଗୁଛି ଯେ ସେ ନିଜ ଜୀବନ ସହିତ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି।

Naga Chaitanya And Samantha's Love Story: Dated For Years And Got Married  To Separate Amicably

ନାଗା ତାଙ୍କ ଚଳଚ୍ଚିତ୍ର 'ୟେ ମାୟା ଚେସାଭ'ର ସେଟରେ ସାମନ୍ଥାଙ୍କୁ ଭେଟିଥିଲେ । କିଛି ଦିନ ଡେଟିଂ କରିବା ପରେ ଦୁହେଁ ୨୦୧୭ମସିହାରେ ବିବାହ କରିଥିଲେ। ଖୁବ୍ ଶୀଘ୍ର ସେମାନଙ୍କ ମଧ୍ୟରେ ଦୂରତା ବଢିଲା ଏବଂ ଦମ୍ପତି ବିବାହର ପ୍ରାୟ ଚାରି ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଛାଡପତ୍ର ପରେ ନାଗାଙ୍କ ନାମ ଅଭିନେତ୍ରୀ ଶୋଭିତାଙ୍କ ସହ ଯୋଡି ହୋଇଥିଲେ ଏବଂ ସେମାନଙ୍କର ଘନିଷ୍ଠତାକୁ ନେଇ ଡେଟିଂ ଖବର ଆସିଲା । କିନ୍ତୁ ଏପର୍ଯ୍ୟନ୍ତ ନାଗା ଏବଂ ଶୋଭିତା ସେମାନଙ୍କ ସମ୍ପର୍କ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

Samantha Ruth Prabhu Gets Into A Convo With Ex-Husband Naga Chaitanya First  Time After Their Divorce Post Being Diagnosed With Myositis?

ଏକ ରିପୋର୍ଟ ଅନୁଯାୟୀ, ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ପାଇଁ ଦ୍ୱିତୀୟ ବିବାହ ଯୋଜନା କରୁଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏପର୍ଯ୍ୟନ୍ତ ଝିଅର ପରିଚୟ ପ୍ରକାଶ କରାଯାଇ ନାହିଁ, କିନ୍ତୁ କୁହାଯାଉଛି ଝିଅଟି ଜଣେ ବ୍ୟବସାୟୀଙ୍କ ପରିବାରର ଏବଂ ଗ୍ଲାମର ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ। ତେବେ ଏହି ଖବର ସମ୍ପର୍କରେ ଅଭିନେତା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

wp:embed {"url":"https://www.prameyanews7.com/sai-pallavi-make-bollywood-debut-with-aamir-khan-s-son-junaid/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sai-pallavi-make-bollywood-debut-with-aamir-khan-s-son-junaid/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.