ମୁମ୍ବାଇ; ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହଟାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ । ନାଗପୁର ହିଂସାକୁ ସେ ତୀବ୍ର ନିନ୍ଦା କରିଛନ୍ତି । ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ପୂର୍ବ ପ୍ରାୟୋଜିତ । ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ହେଲେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି । ଏହାଛଡ଼ା ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ ବଡ଼ ବୟାନ ରଖିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସିଞ୍ଜୟ ରାଓତ । ସେ କହିଛନ୍ତି, ନାଗପୁର ହିଂସାରେ କୌଣସି କାରଣ ନାହିଁ । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ସେଠାରେ ହିନ୍ଦୁ ଲୋକଙ୍କୁ ଭୟଭୀତ କରି ସେମାନଙ୍କୁ ହିଂସା ପାଇଁ କିଛି ନେତା ପ୍ରବର୍ତ୍ତାଉଛନ୍ତି ।
ସୋମବାର ନାଗପୁରରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ନେଇ ଦୁଇ ସମ୍ପ୍ରଦାୟିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଧ୍ୟା ହେବା ବେଳକୁ ଏହା ତୀବ୍ର ରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିଥିଲେ । ରାସ୍ତାରେ ଥିବା ଗାଡ଼ିଗୁଡିକୁ ଭାଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି କରିବା ସହିତ ଟିୟର ଗ୍ୟାସ ବ୍ୟବହାର କରିଥିଲା । ଏହା ସହିତ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ନାଗପୁର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଏହି ଘଟଣାରେ ୩୩ଜଣ ପୋଲିକର୍ମୀ ଆହତ ହୋଇଛନ୍ତି । ଏଥିରେ ଜଣେ ଡିସିପି ସ୍ତରୀୟ ଜଣେ ଅଧିକାରୀ ମଧ୍ୟ ରହିଛନ୍ତି । ୧୨ଟି ଦୁଇଚକିଆ ଗାଡ଼ି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହଛଡ଼ା ଏହି ହିଂସାତ୍ମକ ଘଟଣା ପୋଲିସ ୫ଟି ମାମଲା ରୁଜୁ କରିବା ସହିତ ହିଂସାରେ ସାମିଲ୍ ଥିବା ୫୦ଜଣଙ୍କୁ ଗିରଫ କରିଛି ।