ବିବାହ କଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନାଦିଆଙ୍କୁ କଲେ ଜୀବନସାଥୀ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ୱର ୧୮/୦୬: ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ବଡ ଭାଇଙ୍କ ପୁଅ ହେଉଛନ୍ତି ଅରୁଣ । ନେଦରଲ୍ୟାଣ୍ଡରେ ସେ ବିବାହ କରିଛନ୍ତି । ଏନେଇ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । 



ଯାହା ଜଣାପଡିଛି ଅରୁଣ ପଟ୍ଟନାୟକ ଜୁନ୍ ୧୧ ତାରିଖରେ ବିବାହ କରିଥିବା ସୂଚନା ରହିଛି । ଅରୁଣଙ୍କ ଭଉଣୀ ଗାୟତ୍ରୀ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଗାୟତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ଝିଆରୀ ତଥା ବଡଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ ।

ସୂଚନା ଥାୁକି, ଗତି କିଛି ଦିନ ତଳେ ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧିକାରୀ ଭାବେ ରାଜନୀତି ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଅରୁଣ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନଥିଲା । ଏବେ ଅରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.