ନିଟ୍ ପ୍ରଶ୍ନପତ୍ର ମାମଲାରେ ସିବିଆଇକୁ ବଡ଼ ସଫଳତା; ମୁଖ୍ୟ ଷଡ଼ଯନ୍ତ୍ରକାରୀ ଧାନବାଦରୁ ଗିରଫ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାର କଡ଼ା ଆକ୍ସନ । ଝାଡ଼ଖଣ୍ଡ ଧାନବାଦରୁ ଜଣଙ୍କୁ ବାନ୍ଧିଛି ସିବିଆଇ ଟିମ୍ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଅମନ ସିଂହ । ସେ ସଂଜୀବ ମୁଖିଆ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି । ଅମନ୍ ସିଂହ ନିଟ୍ ପେପର ଲିକ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବକ, ଅମନ ସିଂହକୁ ମିଶାଇ ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ସଂଜୀବ ମୁଖିଆ ଏଯାଏ ଗିରଫ ହୋଇନାହିଁ । ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟମାନେ ଖୁଲାସା କରିଛନ୍ତି, ସଂଜୀବ ମୁଖିଆ ବିଶେଷ ଭାବେ ବିହାର ପାଟଣା ଓ ନାଳନ୍ଦାରେ ପେପର ଲିଗ୍ ନେଟଓ୍ବାର୍କକୁ ଚଳାଇଥାଏ ଏବଂ ଏଥିପାଇଁ ଏକ ଗ୍ୟାଙ୍ଗ କାମ କରୁଛି ।    

ସଂଜୀବ ମୁଖିଆ ବିଶେଷ ଭାବେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ ଏବଂ କିଛି ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ଗ୍ୟାଙ୍ଗକୁ ସକ୍ରିୟ କରିଥିଲେ । ରବିବାର ସିବିଆଇ ଟିମ୍ ଗୁଜରାଟର ଗୋଧରାରେ ଏକ ଘରୋଇ ସ୍କୁଲର ମାଲିକ ଦକ୍ଷିଣ ପଟେଲ୍କୁ ଗିରଫ କରିଛି । ପଞ୍ଚମ ମହଲ ପୋଲିସ୍ ଦ୍ବାରା ପୂର୍ବୁରୁ ଗିରଫ ହୋଇଥିବା ଅନ୍ୟ ୫ଜଣ ହେଉଛନ୍ତି ବରୋଦା ସ୍ଥିତ ଶିକ୍ଷା ପରାମର୍ଶଦାତା ପର୍ଶୁରାମ୍ ରାୟ, ସ୍କୁଲ୍ ପ୍ରିନ୍ସିପାଲ୍ ଜୟ ଜଳାରାମ, ସହକାରୀ ଶିକ୍ଷକ ତୁଷାର ଭଟ୍ଟ୍ ଏବଂ ବିଭୋର ଆନନ୍ଦ ଏବଂ ଆରିଫ୍ ଭୋରା ସାମିଲ୍ ଅଛନ୍ତି । 

ନାଳନ୍ଦାର ବାସିନ୍ଦା ସଂଜୀବ କୁମାର ବିହାର ସାଲଓ୍ବାର ଗ୍ୟାଙ୍ଗର ମୁଖିଆ । ପୋଲିସ୍ ସୂଚନା ମୁତାବକ, ସେ ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ଅନ୍ୟ ରାଜ୍ୟରେ ପେପର ଲିକ୍ ନେଟଓ୍ବାର୍କ ବିଛାଇଥିଲା । ସିବିଆଇ ଟିମ୍ ମୁଖ୍ୟ ଅଭିଯୁକ୍ତ ସଂଜୀବ କୁମାରକୁ ଖୋଜୁ ଥିବା ବେଳେ ସେପଟେ ସଂଜୀବ ପାଟଣା କୋର୍ଟରେ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଛି । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.