ଏନଟିଏ ଉପରେ କଠୋର ହେଲେ ସୁପ୍ରିମକୋର୍ଟ, କହିଲେ ସାମାନ୍ୟ ତ୍ରୁଟି ଥିଲେ ସ୍ବୀକାର କର

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮/୦୬: ନିଟ୍ ୟୁଜି ୨୦୨୪ ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ଏହି ବିବାଦ ତୀବ୍ର ହେବାରେ ଲାଗିଛି । ଏହାସହ ସୁପ୍ରିମକୋର୍ଟରେ ନିଟ୍‌ ପରୀକ୍ଷା ସହ ଜଡିତ ଆବେଦନ ବି ବଢ଼ିବାରେ ଲାଗିଛି। ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । 

ଏହାରି ଭିତରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ସେ ରୋକ୍‌ଠୋକ୍ ଶୁଣାଇ କହିଛନ୍ତି ଭୁଲ୍‌ ହୋଇଥିଲେ ଶୀଘ୍ର ସୁଧାର । ନଚେତ୍ ଆଗକୁ ପରିଣାମ ଭୟଙ୍କର ହେବ । ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ NEET UG 2024 ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ମଙ୍ଗଳବାର ଶୁଣାଣି କରିଛନ୍ତି। 

ଏହି ସମୟରେ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। NEET-UG ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କି, ଯଦି କାହା ପକ୍ଷରୁ ୦.୦୦୧% ବି ଭୁଲ୍‌ ହୋଇଥାଏ, ତେବେ ଏହାକୁ ସଂପୂର୍ଣ୍ଣ ଭାବେ ସୁଧାରିବା ଉଚିତ୍ ବୋଲି କୋର୍ଟ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆମେ ସେମାନଙ୍କର କଠିନ ପରିଶ୍ରମକୁ ଭୁଲି ପାରିବୁ ନାହିଁ। 

ଆବେଦନକୁ ପ୍ରତିକୂଳ ମକଦ୍ଦମା ଭାବରେ ଗ୍ରହଣ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖ କର ନାହିଁ। ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍‌ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ। NTA ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କାରଣ ଏହି ମାମଲାରେ ଜୁଲାଇ ୮ରେ ପରବର୍ତ୍ତୀ ଶୁଣାଣି ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.