ନୂଆଦିଲ୍ଲୀ ୦୧/୦୨: ବଜେଟରେ ବଡ଼ ଘୋଷଣା । ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ଆଇନ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ରଖିବା ସମୟରେ ଏକ ବଡ଼ ଘୋଷଣା କରିଛନ୍ତି । ନୂଆ ଆୟକର ଆଇନରେ ନିୟମ ସରଳ ଭାଷାରେ ଲେଖାଯିବା ସହିତ ସାଧାରଣ ଲୋକମାନେ ଯେଭଳି ଏହାକୁ ବୁଝିପାରିବେ, ସେନେଇ ବ୍ୟବସ୍ଥା କରାଯିବ ।
ଏହାସହ ଅନାବଶ୍ୟକ ଏବଂ ଅପ୍ରଚଳିତ ନିୟମକୁ ହଟାଯିବ । ଏହାସହ କର ବିବାଦକୁ ମଧ୍ୟ କମ କରାଯିବ । ଏଥିପାଇଁ ପାଖାପାଖି ୬୫୦୦ ମତାମତ ଗ୍ରହଣ କରାଯାଇଛି ବୋଲି ସୂଚନା ରହିଛି । ସେପଟେ ଆୟକର ନେଇ ସରକାରଙ୍କ ବଡ ଘୋଷଣା । ଏଣିକି IT ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି । ଖାସ୍ କରି ତେବେ ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି ଦେଲେ ସରକାର ।
୧୨ ଲକ୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ପଡିବନି । ସେହିପରି TCS ୭ ଲକ୍ଷରୁ ବଢାଯାଇ ୧୦ ଲକ୍ଷ କରାଗଲା । ୧୨ ଲକ୍ଷରୁ ୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଦେବାକୁ ପଡିବ । ୧୬ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଦେବାକୁ ପଡିବ । ସେହିପରି ୨୦ ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦେବାକୁ ପଡିବ ।