ଲାହୋର: ରଚିନ ରବୀନ୍ଦ୍ର ଓ କେନ ଓ୍ଵିଲିୟମସନଙ୍କ ଶତକ ପରେ ବୋଲରଙ୍କ ଦମଦାର ବୋଲିଂ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ଵିତୀୟ ସେମି ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ହରାଇଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଫାଇନାଲ୍ରେ ପ୍ରବେଶ କରିଛି। କିଓ୍ଵି ଦଳ ମୋଟ୍ ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପହଞ୍ଚିଛି। ପରାଜୟ ସହ ଦକ୍ଷିଣ ଆଫ୍ରିକାର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ସମାପ୍ତ ହୋଇଛି। ଆଉ ପୁଣି ଥରେ ସେମିରୁ ଝୁଣ୍ଟି ଚୋକର୍ସ ଧାରାକୁ ବଜାୟ ରଖିଛି ଦକ୍ଷିଣ ଆଫ୍ରିକା। ଏବେ ମାର୍ଚ୍ଚ ୯ ତାରିଖରେ ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ।
ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ରଙ୍କ ୧୦୮ ରନ ଓ କେନ ଓ୍ଵିଲିୟମସନଙ୍କ ୧୦୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୩୬୨ ରନର ବିଶାଳ ସ୍କୋର କରିଥିଲା। ଡିରେଲ ମିଚେଲ୍ ୪୯ ରନ ଓ ଗ୍ଲେନ ଫିଲିପ୍ସ ୪୯ ରନର ଉପଯୋଗୀ ରନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହରାଇ ୩୧୨ ରନ କରି ପାରିଛି। ଦଳ ପକ୍ଷରୁ ରସି ଭାନ ଡର ଡସେନ ୬୯ ରନ ଓ ତେମ୍ବା ବାଭୁମା ୫୬ ରନ କରିଥିଲେ। ଡେଭିଡ୍ ମିଲର ଅପରାଜିତ ୧୦୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସାଣ୍ଟନର ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ରଙ୍କ ୧୦୮ ରନ ଓ କେନ ଓ୍ଵିଲିୟମସନଙ୍କ ୧୦୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୩୬୨ ରନର ବିଶାଳ ସ୍କୋର କରିଥିଲା। ଡିରେଲ ମିଚେଲ୍ ୪୯ ରନ ଓ ଗ୍ଲେନ ଫିଲିପ୍ସ ୪୯ ରନର ଉପଯୋଗୀ ରନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୮୦ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରସି ଭାନ ଡର ଡସେନ ୬୯ ରନ ଓ ତେମ୍ବା ବାଭୁମା ୫୬ ରନ କରିଥିଲେ। ଡେଭିଡ୍ ମିଲର ଅପରାଜିତ ୧୦୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସାଣ୍ଟନର ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
୩୬୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ୨୦ ରନ ସ୍କୋରରେ ରିୟାନ ରିକେଲଟନ(୧୭ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଅଧିନାୟକ ତେମ୍ବା ବାଭୁମା ଓ ରସି ଭାନ ଡର ଡସେନ ଇନିଂସ ସଜାଡ଼ିଥିଲେ ହେଁ ଆରମ୍ଭରୁ ବହୁତ ଧିମା ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୫ ରନ ଯୋଡ଼ିଥିଲେ। ୧୨୫ ରନ ସ୍କୋରରେ ଅଧିନାୟକ ତେମ୍ବା ବାଭୁମା ୫୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରସି ଭାନଡର ଡସେନ ୬୬ ବଲରୁ ୪ ଚୌକା ଓ ୨ ଛକା ସହ ୬୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ହେନରିକ କ୍ଲାସେନ(୩) ନିରାଶ କରିଥିଲେ। ମଧ୍ୟ ଓ ନିମ୍ନକ୍ରମରେ ବ୍ୟାଟର ବିଫଳ ହେବାରୁ ଦକ୍ଷିଣ ଆଫ୍ରିକା ବିଜୟଠୁ ଦୂରରେ ରହି ଯାଇଥିଲା। ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ସେ ୬୭ ବଲରୁ ୧୦ ଚୌକା ଓ ୪ ଛକା ବଳରେ ୧୦୦ ରନ କରି ଅପରାଜିତ ଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହରାଇ ୩୧୨ ରନ କରି ପାରିଛି। ଆଉ ମିଲରଙ୍କ ବିସ୍ଫୋରକ ଶତକୀୟ ଇନିଂସ ବୃଥା ହୋଇଛି।
ବୋଲିଂରେ ମିଚେଲ୍ ସାଣ୍ଟନର ୧୦ ଓଭରରେ ୪୩ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଗ୍ଲେନ ଫିଲିପ୍ସ ଓ ମାଟ୍ ହେନେରୀଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମିଚେଲ୍ ବ୍ରେସଓ୍ଵେଲ ଓ ରଚିନ ରବିନ୍ଦ୍ରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।