ସେଙ୍ଗୋଲ କ୍ଷମତା ହସ୍ତାନ୍ତର ପ୍ରତୀକ ନୁହେଁ; ଇତିହାସ ଜଣାଇଲା କଂଗ୍ରେସ, ବିଜେପି ମିଛ କହୁଛି ବୋଲି ଜୟରାମଙ୍କ ଅଭିଯୋଗ

Published By : Prameya-News7 Bureau | May 26, 2023 IST

ନୂଆଦିଲ୍ଲୀ: ସେଙ୍ଗୋଲ କ୍ଷମତା ହସ୍ତାନ୍ତର ପ୍ରତୀକ ନୁହେଁ। ନା ଲର୍ଡ ମାଣ୍ଟବେଟନ, ସି ରାଜଗୋପାଳଚାରୀ ନା ଜୱାହାର ଲାଲ୍ ନେହରୁ କେହି ସେଙ୍ଗୋଲକୁ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବ ବର୍ଣ୍ଣନା କରିବାର ପ୍ରମାଣ ନାହିଁ ବୋଲି କଂଗ୍ରେସ କହିଛି। ତାମିଲନାଡୁରେ ନିଜର ରାଜନୀତି ଚମକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଏହାର ଢୋଲପିଟା କର୍ମୀମାନେ ମିଛର ପ୍ରଚାର କରୁଛନ୍ତି ବୋଲି କଂଗ୍ରେସ ନେତା ଜୟରାମ ରମେସ କହିଛନ୍ତି।

ସୂଚନା ଅନୁସାରେ ନୂଆ ସଂସଦ ଭବନରେ ଏହି ସେଙ୍ଗୋଲ ଲୋକସଭା ସ୍ପିକରଙ୍କ ଚେୟାର ପାଖରେ ରହିବ। ମେ ୨୮ ତାରିଖରେ ଏହାର ଉଦ୍‌ଘଟାନ କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ନେଇ ବିରୋଧୀ ଓ ସରକାର ମଧ୍ୟ ତୁତୁ ମେଁ ମେଁ ଜାରି ରହିଛି। ଏହି ଉଦ୍‌ଘାଟନ ଉତ୍ସବକୁ ୨୦ ବିରୋଧୀ ଧଳ ବୟକଟ୍ କରିଥିବା ବେଳେ ୨୫ ବିରୋଧୀ ଦଳ ଏଥିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Congress Fighting Political Challenges, Bharat Jodo Yatra Has Brought Unity  In Party: Jairam Ramesh

ସେଙ୍ଗୋଲକୁ ନେଇ ଜୟରାମ ରମେଶ କହିଛନ୍ତି ଏହା ମୂଳ ପ୍ରସଙ୍ଗ ନୁହେଁ। ମୂଳ ପ୍ରସଙ୍ଗ ହେଲା କାହିଁକି ରାଷ୍ଟ୍ରପତି ମୁର୍ମୁଙ୍କୁ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାକୁ ଅନୁମତି ଦିଆଯିବନି ? ସେଙ୍ଗୋଲ ମାଡ୍ରାସ ରାଜ୍ୟର ଏକ ଧାର୍ମିକ ପ୍ରତିଷ୍ଠାନ ଦ୍ୱାରା କଳ୍ପନା କରାଯିବା ପରେ ମାଡ୍ରାସ ସହରରେ ଏହାକୁ ନିର୍ମାଣ କରାଯାଇଥିଲା ଅଗଷ୍ଟ ମାସ ୧୯୪୭ରେ ଏହାକୁ ନେହରୁଙ୍କୁ ଉପହାର ଦିଆଯାଇଥିଲା। ତେବେ ମାଉଣ୍ଟବେଟନ, ରାଜଗୋପାଳଚାରୀ ଓ ନେହରୁ ଏହାକୁ ବ୍ରିଟିଶ ଭାରତକୁ କ୍ଷମତା ହସ୍ତାନ୍ତରର ପ୍ରତୀକ କହିବାର କୌଣସି ପ୍ରମାଣ ନାହିଁ। ଏସବୁ ଦାବି ମିଛ ଓ ଗୁଜବ ବୋଲି ଜୟରାମ ରମେଶ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି “ କିଛି ଲୋକଙ୍କ ଦିମାଗରେ ଏହି କାହାଣୀ ପ୍ରସ୍ତୁତ କରି ଏହାକୁ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଚାର କରାଗଲା। ଆଉ ଏବେ ମିଡିଆ ଭିତରେ କିଛି ଏହାର ଢୋଲ ପିଟୁଛନ୍ତି। ତେବେ ରାଜାଜୀଙ୍କୁ ଜାଣିଥିବା ଦୁଇ ଜଣ ବିଦ୍ୱାନ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।” କଂଗ୍ରେସ ଯୋଗୋଯୋଗ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହା କହିଛନ୍ତି।

What is Sengol? - GKToday

ନୂଆ ସଂସଦ ଭବନକୁ ନେଇ ବିଜେପି କିପରି ମିଛ ପ୍ରଚାର କରୁଛି ତାର ପର୍ଦ୍ଦାଫାସ ହୋଇଛି ବୋଲି କଂଗ୍ରେସ କହିଛି। ଏନେଇ ଶ୍ରୀ ରମେଶ କହିଛନ୍ତି ନୂଆ ସଂସଦ ଭବନକୁ ହ୍ୱାଟ୍ସଆପ୍‌ ୟୁନିଭର୍ସିଟି ଦ୍ୱାରା ମିଛ ଆଖ୍ୟାରେ ପ୍ରତିଷ୍ଠା କରାଯାଉଛି। ଏଥିରେ କିଛି ଆଶ୍ଚର୍ଯ୍ୟକର ଅଛି କି ? ଅଧିକ ଦାବି କମ୍‌ ପ୍ରମାଣ ନେଇ ବିଜେପି ଓ ଆର୍‌ଏସ୍‌ଏସ୍ ବାହାନାବାଜଙ୍କର ପୁଣିଥରେ ପର୍ଦ୍ଦାଫାସ ହୋଇଛି ବୋଲି ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି।

{"width":838,"height":471}
Sengol in Parliament: Sengol to be installed by PM Modi in new Parliament  buillding on May 28 | India News - Times of India

ନେହରୁଙ୍କୁ ଉପହାର ଦିଆଯାଇଥିବା ଏହି କୃତିକୁ ପରେ ସେହି ବର୍ଷ ଡିସେମ୍ବର ୧୪ ତାରିଖରେ ଅଲ୍ଲାହଦାବ ମ୍ୟୁଜିୟମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ୧୪ ଡିସେମ୍ବର ୧୯୪୭ରେ ଜବାହାର ଲାଲ୍ ନେହରୁ ଯାହା କହିଥିଲେ ତାହା ପବ୍ଲିକ୍ ରେକର୍ଡରେ ରହିଛି। ତେଣିକି ସେମାନେ ଯାହା କହୁଛନ୍ତି କୁହନ୍ତ ବୋଲି ଜୟରାମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.