ନୂଆଦିଲ୍ଲୀ: ଯାତ୍ରୀ କାର୍ରେ ବାଧ୍ୟତମୂଳକା ହେବନି ଛଅ ଏୟାରବ୍ୟାଗ। ବୁଧବାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ସରକାର ଯାତ୍ରୀ କାର୍ରେ ଛଅ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବେନି । ପ୍ରକୃତରେ ସରକାର ୨୦୨୩ ଅକ୍ଟୋବର ୧ରେ, ଯାତ୍ରୀବାହୀ କାର୍ରେ ଛଅ ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବ ଆଣିଥିଲେ।
ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏନେଇ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନିତିନ ଗଡ଼କରୀ । ସେ କହିଛନ୍ତି ‘‘ଆମେ କାର୍ ପାଇଁ ଛଅ ଏୟାରବ୍ୟାଗ ନିୟମ ବାଧ୍ୟତାମୂଳକ କରିବାକୁ ଚାହୁନାହୁଁ ।’’ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁହାରକୁ କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା । ଅବଶ୍ୟ କାର୍ ନିର୍ମାତା କମ୍ପାନି ଏହି ନିୟମକୁ ସମର୍ଥନ କରିନଥିଲେ। ସେମାନେ କହିଥିଲେ ଯେ, ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବା ଦ୍ବାରା ଖାସ୍କରି ଛୋଟ କାର୍ର ଦାମ୍ ବଢ଼ିଯିବ।
ଆହୁରି ପଢ଼ନ୍ତୁ: ଡିଜେଲ୍ କାର୍ ଉପରେ ଲାଗିବନି ଅତିରିକ୍ତ ୧୦% ଜିଏସଟି, ସୋସିଆଲ ମିଡିଆରେ ସୂଚନା ଦେଲେ ନୀତିନ ଗଡକରୀ
ସୂଚନାଥାଉକି, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଗତ ବର୍ଷ ଏକ ବୟାନରେ କହିଥିଲା ଯେ, ମୋଟର ଯାନ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେନ୍ଦ୍ର ସରକାର ମୋଟରଯାନ ନିୟମ ୧୯୮୯ରେ ସଂଶୋଧନ ମଧ୍ୟ କରିଛନ୍ତି। କାର୍ର ସାମ୍ନା ଦୁଇ ସିଟ୍ ପାଇଁ ଏୟାରବ୍ୟାଗକୁ ୨୦୨୧ ଏପିଲ୍ରୁ ହିଁ ବାଧ୍ୟତାମୂଳକ କରିଦିଆଯାଇଛି।