ନୂଆଦିଲ୍ଲୀ ୨୨।୮: ଋଷିଆ, ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ଭଳି ଦେଶମାନେ ‘ରେସ୍ ଅଫ ମୁନ୍’ ଅର୍ଥାତ ଚନ୍ଦ୍ରକୁ ପହଞ୍ଚିବା ଓ ନିଜର ବେସ୍ ବନେଇବା ଉଦ୍ୟମ ଜାରି ରଖିଛନ୍ତି । ତେବେ ରେସ୍ ଅଫ ମୁନ୍ ପଛରେ ସବୁଠୁ ବଡ଼ କାରଣ ଯାହା ତାହା ହେଉଛି ‘ମୁନ୍ ଇକୋନମି’। ଏହି ଦୌଡରୁ ଏବେ ଆମେରିକା ଓ ଋଷିଆ ପଛେଇ ଯାଇଛନ୍ତି। ଋଷିଆର ଲୁନା-୨୫ ମିସନ ବିଫଳ ହେବା ପରେ ଇତିହାସ ରଚିବାକୁ ଯାଉଛି ଭାରତ।
କଲେଜ୍, ୟୁନିଭର୍ସିଟିରେ ହେବ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ପ୍ରସାରଣ! ତେବେ ଆପଣ ଫୋନରେ ଦେଖିପାରିବେ Live
୨୩ ଅଗଷ୍ଟ ସନ୍ଧ୍ୟା ୬ଟା ୦୪ ମିନିଟ୍ରେ ସ୍ୱଳ୍ପ ଦୂରତାରୁ ଅର୍ଥାତ ୨୫ କିଲୋମିଟର ଉଚ୍ଚତାରୁ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରାଯିବ। ଏହା ସହ ଜହ୍ନକୁ ଯିବାରେ ଭାରତ ସେହି ସବୁ ଦେଶଙ୍କ ସମକକ୍ଷ ହୋଇଯିବ ଯେଉଁମାନେ ଏବେ ଚନ୍ଦ୍ରରେ ଅନୁସନ୍ଧାନ ଚଳାଇଛନ୍ତି। ଚନ୍ଦ୍ରଯାନର ସଫଳତା ମୁନ ଇକୋନମିରେ ଭାରତର ସ୍ଥିତିକୁ ସୁଦୃଢ କରିବ। ତେବେ ଆସନ୍ତୁ ବୁଝିବା ମୁନ୍ ଇକୋନମି କ’ଣ ଓ ଏଥିରୁ ଦେଶକୁ କି ପ୍ରକାରର ଲାଭ ମିଳିବ?
{"id":834312,"sizeSlug":"full","linkDestination":"none"}ଭାରତ ନିଜର ଲଞ୍ଚ ଭେଇକ୍ଲ ଏଲଭିଏମ୍-୩-ଏମ୍୪ ଯୋଗେ ଚନ୍ଦ୍ରଯାନକୁ ମହାକାଶରେ ଲଞ୍ଚ କରିଛି। ଗତ ଦିନରେ ଆମାଜନର ସଂସ୍ଥାପକ ଜେଫ୍ ବେଜୋସଙ୍କ କମ୍ପାନୀ ‘ବ୍ଲୁ ଓରିଜିନ’ ଇସ୍ରୋଙ୍କ ଏଲଭିଏମ୍-୩ ରକେଟ୍ର ବ୍ୟବହାର ନିମନ୍ତେ ନିଜର ଆଗ୍ରହ ପ୍ରକାଶ କରିଥିଲା। ଜେଫ ବେଜୋସଙ୍କ କମ୍ପାନୀ ଭାରତର ଏଲଭିଏମ୍-୩ରକେଟ୍କୁ ଉଭୟ ଟୁରିଜିମ ଓ କମର୍ସିଆଲ ପର୍ପଜରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ଏଥିରୁ ଚନ୍ଦ୍ରଯାନ-୩ ଭାରତ ଲାଗି ମୋଟା ରକମର ମୁନ ଇକୋନମି ମାର୍ଗ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି।
ଚନ୍ଦ୍ରଯାନ-୩କୁ ୱେଲକମ୍ କଲା ଚନ୍ଦ୍ରଯାନ-୨, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ନେଇ ଇସ୍ରୋର ସୂଚନା
ସ୍ପେସ୍-ଏକ୍ସ୍ ଭଳି କମ୍ପାନୀମାନେ ଚନ୍ଦ୍ର ପର୍ଯ୍ୟନ୍ତ ଟ୍ରାନ୍ସପୋର୍ଟକୁ ଏବେ ବଡ଼ ବେପାର ବୋଲି ଭାବୁଛନ୍ତି। ଏଥିରେ ଭାରତ ତାର ଚନ୍ଦ୍ରଯାନ -୩ ଦ୍ୱାରା ଏହି ବ୍ୟବସାୟରେ ନିଜର ଭାଗିଦାରୀ ହାସଲ କରିବାକୁ ପ୍ରସ୍ତୁତ। ପ୍ରାଇସ୍ ୱାଟର ହାଉସ କୁପରଙ୍କ ଅନୁମାନ ଅନୁସାରେ ଚନ୍ଦ୍ର ପର୍ଯ୍ୟନ୍ତ ହେବାକୁ ଥିବା ପରିବହନ ବ୍ୟବସାୟ ୨୦୪୦ ସୁଦ୍ଧା ୪୨ ବିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ। ସେହିପରି ୨୦୨୦-୨୦୨୫ ମଧ୍ୟରେ ଏହି ବ୍ୟବସାୟ ପାଖାପାଖି ୯ ବିଲିୟନ ଡଲାରର ଥିବ ବୋଲି ଅନୁମାନ କରିଛନ୍ତି।
{"id":834314,"sizeSlug":"full","linkDestination":"none"}ସେହିପରି ୨୦୨୬ରୁ ୨୦୩୦ ସୁଦ୍ଧା ଏହି କାରବାର ୧୯ ବିଲିୟନ ଡଲାର ପର୍ଯ୍ୟନ୍ତ ବଢିବ ବୋଲି ଅନୁମାନ କରାଯାଉଥିବା ବେଳେ ୨୦୩୧-୨୦୩୫ ମଧ୍ୟରେ ଏହା ୩୨ ଓ ୨୦୩୫-୨୦୪୦ ମଧ୍ୟରେ ଏହା ୪୨ ବିଲିୟନ ଡଲାରକୁ ପହଞ୍ଚିପାରେ ବୋଲି ପ୍ରାଇସ୍ ୱାଟରହାଉସ୍ କୁପର ଅନୁମାନ କରିଛନ୍ତି। କେବଳ ଚନ୍ଦ୍ର ପର୍ଯ୍ୟନ୍ତ ପରିବହନ ବେପାର ନୁହେଁ ଚନ୍ଦ୍ରରୁ ମିଳିବାକୁ ଥିବା ଡାଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ସବୁ ଦେଶ ଚନ୍ଦ୍ରକୁ ଯାଇ ପାରିବେନି। ଏଣୁ ସେମାନେ ଭାରତଠାରୁ ଚନ୍ଦ୍ରର ତଥ୍ୟ କୋଟି କୋଟି ଡଲାର ବିନିମୟରେ କିଣିବେ। ଯାହା ଫଳରେ ସେମାନେ ଚନ୍ଦ୍ରକୁ ଯାନ ନପଠାଇ ମଧ୍ୟ ନିଜର ଗବେଷଣା କାର୍ଯ୍ୟକୁ ଆଗକୁ ବଢାଇ ପାରିବେ।
ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ମାତ୍ର କେଇ ଘଣ୍ଟା ବାକି, ସ୍ଥିତି ଅନୁକୂଳ ନହେଲେ ଘୁଞ୍ଚିବ ତାରିଖ
ଏକ ଅନୁମାନ ଅନୁସାରେ ୨୦୪୦ ସୁଦ୍ଧା ଚନ୍ଦ୍ରରେ ୧ ହଜାରରୁ ଅଧିକ ମହାକାଶଚାରୀ ଅବସ୍ଥାନ କରୁଥିବେ। ସେମାନଙ୍କ ଯିବା ପୂର୍ବରୁ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା ଜରୁରି। ଯାହା ଦ୍ୱାରା ସେଠାରେ ବେସ୍ ନିର୍ମାଣ ନିମନ୍ତେ ପ୍ରସ୍ତୁତି କରାଯାଇ ପାରିବ। ଚନ୍ଦ୍ରଯାନ-୩ ଏଥି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ଏହି ତଥ୍ୟ ମଧ୍ୟ କୋଟି କୋଟି ଡଲାର ଆୟର ମାଧ୍ୟମ ହେବ। ଚନ୍ଦ୍ରରେ କମ୍ୟୁନିକେସନ ନେଟୱାର୍କ ନିର୍ମାଣ ଓ ମହାକାଶଚାରୀଙ୍କ ନିମନ୍ତେ ଉପକରଣ ନେଇ ଯିବା ଲାଗି ଭବିଷ୍ୟତରେ ଇଣ୍ଟରନ୍ୟାସନାଲ ବେସ୍ ନିର୍ମାଣ ଜରୁରି ହୋଇପଡିବ। ଏଥିଲାଗି ମଧ୍ୟ ଚନ୍ଦ୍ରଯାନ-୩ର ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।