ମାଁ ଚରଦେଇଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ

Published By : Prameya-News7 Bureau | August 29, 2024 IST

ବିନିକା ୨୯।୮: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦା  କପିଳେଶ୍ୱର ମନ୍ଦିରରେ ଲଗ୍ନ ଧାର୍ଯ୍ୟ କରାଯାଇଛି  l ଚରଦା କପିଳେଶ୍ଵର ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ଭାସ୍କର ପୁରୋହିତ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ଘୋଷଣା କରିଥିଲେ l ଆସନ୍ତା ସେପ୍ଟମ୍ବର ୮ ତାରିଖ ସକାଳ ୯ଟା ୧୧ମିନିଟ୍‌ରୁ ୯ଟା ୨୫ମିନିଟ୍‌ ମଧ୍ୟେ ସ୍ଵାତୀ ନକ୍ଷେତ୍ର ତୁଳାଚନ୍ଦ୍ର, ଇନ୍ଦ୍ରଯୋଗେ ତୁଳାଲଗ୍ନେ, ମକର ନବାନ୍ନ, ବାଳବ କରଣେ ଏବଂ ବିଧୈ ସମସ୍ତ ଶୁଭ ଯୋଗେ ଅମୃତ ବେଳାରେ ବାବା କପିଳେଶ୍ୱର ଓ ଇଷ୍ଟଦେବୀ ମାଁ ଚରଦେଇଙ୍କ ପୀଠରେ ନବାନ୍ନ ଭୋଗ ଅର୍ପଣ ଶୁଭ । ପରେ ଅଞ୍ଚଳର ଦେବାଦେବୀ ଓ ନିଜ ନିଜର ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରି ନବାନ୍ନ ଭକ୍ଷଣ କରିପାରିବେ l ଏହି ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ସମୟରେ ଅଞ୍ଚଳର ବହୁ ପଣ୍ଡିତ, ମନ୍ଦିର କମିଟି କର୍ମକର୍ତ୍ତା, ସେବାୟତ ଉପସ୍ଥିତ ରହିଥିଲେ  l 

You Can Read:

ରାଜ୍ୟରେ ଏବେ ଡେଙ୍ଗୁ ସ୍ଥିତି ସ୍ଥିର ରହିଛି, ସବୁ ଜିଲ୍ଲାକୁ ପଠାଯାଇଛି ଔଷଧୀୟ ମସାରୀ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.