ଭୁବନେଶ୍ୱର ୨୭।୧୧: ବିଧାନସଭା ଶୀତ ଅଧିବେଶନ । ବୁଧବାର ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପୁରା ପ୍ରସ୍ତୁତ ହୋଇଛି ।
ଦ୍ବିତୀୟ ଦିନରେ ବି ଗୃହ ବେଶ୍ ସରଗରମ ରହିପାରେ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ଆମ୍ବ ଟାକୁଆ ଯାଉ ମୃତ୍ୟୁ, ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ସରକାରୀ ଦଳ ନିଜ ସଫଳତାକୁ ମଧ୍ୟ ଉଠାଇପାରେ । ମଙ୍ଗଳବାର ସମ୍ବିଧାନ ଏବଂ ଅମ୍ବାଟାକୁଆ ଯାଉ ଖାଇ ମୃତ୍ୟୁ ଘଟଣାରେ ଗୃହ ଅଚଳ ହୋଇଥିଲା ।