ରତନ ଟାଟାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

Published By : Prameya-News7 Bureau | October 10, 2024 IST

ଭୁବନେଶ୍ୱର ୧୦।୧୦ : ପରଲୋକରେ ବିଜନେସ୍‌ ଟାଇକୁନ୍‌ ରତନ ଟାଟା ।ଯାହାକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡିଆ ଆକାଉଣ୍ଟ ‘X’ ଜରିଆରେ ନିଜର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ସେ ‘X’ ଜରିଆରେ କହିଛନ୍ତି ଯେ, ରତନ ଟାଟାଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଜଣେ ଦୂରଦ୍ରଷ୍ଟା ଥିଲେ । ଯାହାକୁ ଏବେ ପୁରା ଦେଶ ହରାଇଛି । ଦେଶରେ ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଏହାସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । 

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଦେଶର ଖ୍ୟାତାନାମା ଉଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକ ଘଟିଛି । ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ବିଜନେସ୍ ଟାଇକୁନ ରନତ ଟାଟା । ଏ ନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଥିଲା । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଭାରତ ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି । ପଦ୍ମବିଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। 

ଦୟାଳୁ ଆତ୍ମା, ମହାନ ନାୟକ... ରତନ ଟାଟାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.