ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଆଗାମୀ ପ୍ରବାସୀ ବାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ପ୍ରବାସୀ ଭାରତୀୟଙ୍କ ସହ ସାଧାରଣ ଜନତା ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଆୟଜନ ଆହୁରି ଭବ୍ୟ ହେବ ବୋଲି ସେ କହିଛନ୍ତି।
ଆଜି ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲି। ଓଡ଼ିଶାର ବିକାଶକୁ ଗୁରୁତ୍ଵ ଦେଇ ସମସ୍ତ ସହଯୋଗ ଯୋଗାଇଦେଇଥିବାରୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛି। pic.twitter.com/9ShJBxakoR
— Mohan Charan Majhi (@MohanMOdisha) December 23, 2024
ଏକ୍ସରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲି। ଓଡ଼ିଶାର ବିକାଶକୁ ଗୁରୁତ୍ଵ ଦେଇ ସମସ୍ତ ସହଯୋଗ ଯୋଗାଇଦେଇଥିବାରୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛି।