ଭୁବନେଶ୍ବର ୧୧।୧୧: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ବିଦା ହେଲେ ମିନତି । ପୂର୍ବରୁ ମିନତିଙ୍କୁ ସୋ' କଜ୍ ନୋଟିସ୍ କରିଥିଲା ବିଭାଗ । ସୋ' କଜ୍ର ଜବାବ ଦେଇଥିଲେ ମିନତି । ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଓ ଜବାବ ସନ୍ତୋଷଜନକ ନୁହେଁ ବୋଲି କୁହାଯାଇଛି । ମିନତି ବେହେରାଙ୍କୁ ପଦରୁ ହଟାଇବା ସହ କମିଶନର ସମସ୍ତ ସଦସ୍ୟଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି ସରକାର ।
ଅଧ୍ୟକ୍ଷା ପଦରୁ ହଟିବା ପରେ ମିନତି ବେହେରା ପ୍ରତିକ୍ରିୟା ରଖି କହିଛନ୍ତି, ମୋତେ କ'ଣ ପାଇଁ ବହିଷ୍କାର କରାଗଲା ସରକାର ଜାଣିଥିବେ l ମୋତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଥର ସୁଯୋଗ ଦେଇଥିଲେ । ମୁଁ ମୋ ସ୍ଥାନରେ ଶତପ୍ରତିଶତ ଦେଇ କାର୍ଯ୍ୟ କରିଛି l ଆମ କାର୍ଯ୍ୟରେ ହାଇକୋର୍ଟ ମଧ୍ୟ ବହୁ ଖୁସିଥିଲେ । ସରକାର କାହିଁକି ଏମିତି କଲେ ମୁଁ ଜାଣିନି l କିନ୍ତୁ ପ୍ରଥମେ ପଦବୀ ନେଇ ପରେ ସୋ' କଜ୍ ନୋଟିସ୍ କେତେଦୂର ଠିକ୍ ତାହା ସମସ୍ତେ ଜାଣନ୍ତି । ତଥାପି ସରକାରଙ୍କ ଏହି ନିଷ୍ପତ୍ତିରେ ମୁଁ ଖୁସି ବୋଲି ମିନତି ବେହେରା କହିଛନ୍ତି ।
You Can Read:
ବାଇକ୍କୁ ଧକ୍କାଦେଲା କୋଇଲା ବୋଝେଇ ଟ୍ରକ୍ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର