ଭୁବନେଶ୍ବର ୧୩।୧୧ : ଉଚ୍ଛେଦ ବେଳେ ଉତ୍ତେଜନା । ଭୁବନେଶ୍ୱର ଚନ୍ଦ୍ରଶେଖର ନୀଳମାଧବ ବସ୍ତିରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏବଂ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ନକଲି କାଗଜପତ୍ର କରି କିଛି ଲୋକ ଆବାସ ଘର ହାତେଇଥିଲେ । ଯାହାଫଳରେ ଯେଉଁମାନେ ମୂଳ ବାସିନ୍ଦା ଥିଲେ ସେମାନଙ୍କୁ ବାହାର କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ଆକ୍ସନକୁ ଆସିଥିଲା ବିଡିଏ । ତେଣୁ ଘର ଉଚ୍ଛେଦ କରିବାକୁ ଆସିଥିବା ବେଳେ ବିଡିଏ, ବିଏମ୍ସି ଅଧିକାରୀଙ୍କୁ ଘେରିଥିଲେ ଶତାଧିକ ଲୋକ । ତେବେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏବଂ ଗୋଟେ ପ୍ଲାଟୁ ଫୋର୍ସ ମୁତୟନ କରାଯାଇଛି ।