ଭୁବନେଶ୍ୱର ୦୫।୦୨ : ଆରମ୍ଭ ହେଲା ‘ଓଡିଶା ଯାତ୍ରୀ’ ଆପ୍। ଯାତ୍ରୀଙ୍କ ସୁରକ୍ଷା ଓ ଯାତ୍ରାକୁ ସୁଗମ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ 'ଓଡିଶା ଯାତ୍ରୀ' ଆପର ଉଦଘାଟନ କରିଛନ୍ତି।
ଥରେ ଭାବନ୍ତୁ ଯଦି ଏକ ସହରରେ ତୁମକୁ ସୁଲଭ ମୁଲ୍ୟରେ ସୁରକ୍ଷିତ ଯାତ୍ରା କରିବାକୁ ସୁଯୋଗ ମିଳେ ଆପଣ କିପରି ଅନୁଭବ କରିବେ । ଓଡିଶାରେ ସୁରକ୍ଷିତ ଯାତ୍ରା ସହ ଭଡା ମଧ୍ୟ ସୁହାଇଲା ପରି ରହିଛି । ତେବେ ଆଉ ବିଳମ୍ବ କରନ୍ତୁ ନାହିଁ 'ରାଇଡ୍ ଓଡିଶା ଯାତ୍ରୀ'ରେ ସୁଲଭ ମୂଲ୍ୟରେ ସୁରକ୍ଷିତ ଯାତ୍ରା କରନ୍ତୁ । 'ଓଡିଶା ଯାତ୍ରୀ'- ଏକ ଅଭିନବ ମୋବିଲିଟି ଆପ୍ ଯାହା ଭୁବନେଶ୍ବର ଓ କଟକ ଲୋକଙ୍କ ଯାତାୟତକୁ ସୁରକ୍ଷିତ ସୁନ୍ଦର କରିଛି। ଏହି ଆପ୍ଲିକେସନ ଯଥା ଶୀଘ୍ର ରାଜ୍ୟବାସୀଙ୍କ ଏକ ଭରସା ଓ ବିଶ୍ବସନୀୟ ଯାତ୍ରାର ସାଥୀ ହୋଇପାରିଛି।
ଗତମାସରେ 'ସୁରକ୍ଷିତ ଘରକୁ ଫେରନ୍ତୁ' ବିଷୟ ବସ୍ତୁକୁ ନେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ 'ଓଡିଶା ଯାତ୍ରୀ' ଆପର ଉଦଘାଟନ କରିଥିଲେ । ଯେଉଁଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁଲଭ ମୂଲ୍ୟ ଉପରେ ଗୁରୁତ୍ବଦିଆଯାଇଛି। ଗମନାଗମନକୁ ସହଜ କରିବା ସହ ଲୋକଙ୍କର ଦୈନନ୍ଦିନ ଯାତ୍ରାକୁ ଆହୁରି ସୁଗମ କରିବା ଦିଗରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି 'ଓଡିଶା ଯାତ୍ରୀ' । ଏହା ଆପ୍ ଜରିଆରେ ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇବା ବ୍ୟବସ୍ଥା ରହିଛି । ଯେଉଁଥିରୁ ଉଭୟ ଯାତ୍ରୀ ଓ ଚାଳକ ଉପକୃତ ହୋଇଛନ୍ତି ।