କଟକ ୦୩/୦୨: ସୋମବାରଠୁ ଆରମ୍ଭ ହୋଇଛି ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି । ଆଜି ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ, ସଙ୍ଗଠନ ସହ କିଛି ଖେଳାଳିଙ୍କ ପାଇଁ ଆଜି ଓସିଏ ତରଫରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରାୟ ୭୩ଟି ଅନୁବନ୍ଧିତ ସଂସ୍ଥାକୁ ଆଠରୁ ଦଶ ହଜାର ଟିକେଟ ବିକ୍ରି ହେବ। ଦୁଇ ଦିନ ଧରି ଅନୁଵନ୍ଧିତ ସଂସ୍ଥା ଗୁଡିକୁ ଏହି ଟିକେଟ ବିକ୍ରି ଚାଲିଵ।
ସେପଟେ ବାରବାଟୀ ଦିନିକିଆ ପାଇଁ ପିଚ୍ ଓ ଫିଲ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଲାଣି ।
ଓସିଏ ପକ୍ଷରୁ ବାରବାଟୀରେ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଛି । ଗୋଟିଏ ପିଚ୍ କଳାହାଣ୍ଡିର କଳାମାଟିରେ ତିଆରି ହୋଇଥିଵା ବେଳେ ଅନ୍ୟ ପିଚ୍ଟି ମୁମ୍ବାଇରୁ ଅଣାଯାଇଥିଵା ନାଲି ମାଟିରେ ପ୍ରସ୍ତୁତ କରାଯାଇଛି । ଆଜି ମୁମ୍ବାଇରୁ ଆସିଥିବା ସହକାରୀ ମୁଖ୍ୟ କ୍ୟୁରେଟର ବାରବାଟୀ ପିଚ୍ ନିରିକ୍ଷଣ କରିଛନ୍ତି । ତେବେ ୯ତାରିଖରେ ହେବାକୁ ଥିବା ଦିବାରାତ୍ର ଦିନିକିଆ କେଉଁ ପିଚରେ ଖେଳାଯିବ,ସେ ନେଇ ମ୍ୟାଚ ରେଫରୀ ହିଁ ଶେଷ ନିଷ୍ପତ୍ତି ନେବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି।
ରବିବାରଠୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହୋଇଥିଵା ଅନ୍ ଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ନ୍ୟୁ ପାଭିଲିୟନ ଟିକେଟ ଵ୍ୟତୀତ ମାତ୍ର ଦୁଇ ଘଣ୍ଟା ଭିତରେ ସଵୁ ଟିକେଟ ବିକ୍ରି ହୋଇଯାଇଥିଲା । ଆସନ୍ତା ୫ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ଅଫଲାଇନ ଟିକେଟ ବିକ୍ରି କରାଯିଵ।
also read...
‘ମୋ ଜୀବନ କାଳରେ ଦେଖିନି ଏତେ ଛକା...’ ଅଭିଷେକଙ୍କ ବ୍ୟାଟିଂ ଦେଖି ତାଟକା ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟର