ଲାପ୍‌ଟପ୍‌ରେ କାମ କରୁ କରୁ ଟଳିପଡିଲେ ବ୍ୟାଙ୍କ କର୍ମଚାରୀ, ସିସିଟିଭିରେ ଭିଜୁଆଲ କଏଦ

Published By : Prameya-News7 Bureau | June 26, 2024 IST

ଉତ୍ତରପ୍ରଦେଶ ୨୬/୬: ଏମିତି ବି ଆସେ ମୃତ୍ୟୁ । ଲାପଟପରେ କାମ କରୁ କରୁ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ । ଆଉ ସେଇଠି ଟଳିପଡିଲେ । ଯାହାର ଲାଇଭ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଉତ୍ତରପ୍ରଦେଶ ମହୋବାରୁ ଆସିଛି ଖବର  । ମୃତକ ୩୦ ବର୍ଷୀୟ ରାଜେଶ କୁମାର ସିନ୍ଦେ । ସେ HDFC ବ୍ୟାଙ୍କରେ କାମ କରୁଥିଲେ । ସବୁ ଦିନ ପରି ଆଜି ମଧ୍ୟ ଅଫିସ ଆସି କାମରେ ଲାଗିପଡିଥିଲେ ରାଜେଶ ।ଲାପଟପରେ କୌଣସି କାମ କରୁଥିବାବେଳେ ହଠାତ କାମ ଛାଡି ଚୌକିରେ ମୁଣ୍ଡ ରଖି ଶୋଇପଡିଥିଲେ । ପାଖରେ ଥିବା ସହକର୍ମୀମାନେ ତାଙ୍କୁ ପାଣି ଦେବା ସହ ଆରାମ ପାଇଁ ଶୁଆଇ ଦେଇଥିଲେ । କିଛି ସମୟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏବେ ଯୁବପୀଢିଙ୍କ ମଧ୍ୟରେ ବଢିଚାଲିଛି ହୃଦଘାତ ସମସ୍ୟା । ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । 

 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.