ସୁବର୍ଣ୍ଣରେଖାରେ ଓଲଟିଲା କଦଳୀ ଭେଳା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 27, 2024 IST

ଜଳେଶ୍ବର ୨୭।୯: ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ କଦଳୀ ଭେଳା ଉପରେ ଖେଳୁଥିବା ବେଳେ କଦଳୀ ଭେଳା ଓଲଟି ବୁଡ଼ିଗଲେ ୪ ଜଣ ସାଙ୍ଗ । ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବାଲିଆପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଲେ ୧୭ ବର୍ଷର ତାପସ କୁମାର ରଣା । ଦୁଇ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ବଢାପାଳ ଗ୍ରାମରେ ।  ସୂଚନାଯୋଗ୍ୟ ଯେ, ଶୁକ୍ରବାର ମଧ୍ୟାହ୍ନ ସମୟରେ ବଢାପାଳ ଗ୍ରାମର ୪ ଜଣ ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ । କୂଳରେ ଥିବା ଏକ କଦଳୀ ଭେଳା ଉପରେ ୪ ଜଣ ସାଙ୍ଗ ଚଢିଯାଇ ଖେଳୁଥିବା ବେଳେ କଦଳୀ ଭେଳାଟି ଓଲଟି ପଡ଼ିଥିଲା । କଦଳୀ ଭେଳା ଓଲଟି ପଡିବାରୁ ୪ ଜଣ ସାଙ୍ଗ ନଦୀର ଅକାଳ କାତ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଜାଣିପାରି ସେମାନଙ୍କୁ ଉଦ୍ଧାର କରି କରିଥିଲେ । ସେମାନଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବାଲିଆପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ  ୧୭ ବର୍ଷର ତାପସ କୁମାର ରଣା ।  ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

ନିଆଳିରେ ସ୍କ୍ରବ୍ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁ, ୬୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.