ବାଇକ୍‌ ଆରୋହୀଙ୍କ ଉପରେ ମାଡିଗଲା ଗାଡି : ଜଣେ ମୃତ, ଦୁଇ ଆହତ

Published By : Prameya-News7 Bureau | October 08, 2024 IST

ଭୁବନେଶ୍ଵର  ୦୮।୧୦ : ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଓଭରଟେକ୍ କରିବା ବେଳେ ଅଘଟଣ। ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଡମଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ପଟିଆରୁ ଜୟଦେବ ବିହାର ଯିବା ରାସ୍ତାର ଗୋଟିଏ ଓମ୍ଫେଡ୍ ଗାଡ଼ି ଓ ଏକ କେଟିଏମ ବାଇକ୍ ଆଗପଛ ହୋଇ ଯାଉଥିଲେ। ନାଲକୋ ଛକରୁ ପଟିଆ ଯାଉଥିବା ରାସ୍ତାରେ ମରାମତି କାର୍ଯ୍ୟ ଚାଲିଥିବାରୁ ଗୋଟିଏ ପଟ ରାସ୍ତାକୁ ସିଲ୍ କରାଯାଇଥିଲା। ରାସ୍ତା ବନ୍ଦ ଥିବାରୁ ରଙ୍ଗ୍ ରୁଟ୍‌ରେ ଗୋଟିଏ ଆଇଚର୍ ଗାଡ଼ି ମାଡ଼ି ଆସିଥିଲା। ବାଇକ୍‌ଟି ଓଭରଟେକ୍ କରିବା ସମୟରେ ହଠାତ୍ ଆଇଚର୍ ଗାଡି ମାଡ଼ି ଆସିବାରୁ ବାଇକ୍ ଆରୋହୀ ଭାଇରାସମ୍ୟ ହରାଇ ଓମ୍ଫେଡ୍ ଗାଡ଼ି ତଳେ ପଡି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଶିଖରଚଣ୍ଡୀ ନଗରର ବାପି ସ୍ୱାଇଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.