‘ଦାନା’ ପାଇଁ OCS ପ୍ରିଲିମ୍ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ମାଡ଼ିଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଭୟ ପାଇଁ ବଡ଼ ନିଷ୍ପତ୍ତି ନେଇଛି ଓଡ଼ିଶା ଲୋକସେବା ଆୟୋଗ । ଓସିଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ପାଇଁ ଆୟୋଗ ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ୨୭ ତାରିଖରେ ଓସିଏସ୍ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୭ ଦିନ ପରେ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି OPSC ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ୨୪ ରାତିରୁ ୨୫ ପୂର୍ବାହ୍ନ ଯାଏଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

You Can Read:

ଦୁଇ ଦିନ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର, ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.