କଟକ ୨୫/୦୧: ପରାକ୍ରମ ଦିବସ ଉତ୍ସଵରେ ପରାକ୍ରମ ଦେଖାଇଲେ ପାଇକ ପୁଅ। କଟକ ସତ୍ୟବ୍ରତ ଷ୍ଟାଡିୟମରେ ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ତିନି ଦିନିଆ ପରାକ୍ରମ ଦିବସ ଉତ୍ସଵରେ ଖୋଦ୍ଧାର ପାଇକ ଆଖଡା ସମର କଳା ଉପସ୍ଥିତ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା। ସେହିପରି ପରାକ୍ରମ ଦିବସ ଉତ୍ସଵରେ ଗୁଗୁଲ ଆପ୍ଲିକେସନରେ ନେତାଜୀଙ୍କ ସହ ଫଟୋ ଉଠାଇଵାର ସୁଯୋଗ ଵି ଅନେକଙ୍କୁ ବେଶ୍ ରୋମାଞ୍ଚିତ କରୁଛି।
ନେତାଜୀଙ୍କ ଜୟନ୍ତୀ ଠାରୁ କଟକ ସତ୍ୟବ୍ରତ ଷ୍ଟାଡିୟମରେ ଆରମ୍ଭ ହୋଇଛି ପରାକ୍ରମ ଦିବସ ଉତ୍ସଵ। କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ଏହି ତିନି ଦିନିଆ ଉତ୍ସଵରେ ନେତାଜୀଙ୍କ ସ୍ମୃତି ସମ୍ବଳିତ ଅନେକ କିଛି ତଥ୍ୟ ପ୍ରଦର୍ଶନୀ ଜରିଆରେ ପ୍ରଦର୍ଶିତ ହେଉଛି। ଥ୍ରିଡି ଆନିମେସନ ଜରିଆରେ ନେତାଜୀଙ୍କ ଚେହେରା ଓ ଭାଷଣ ବେଶ୍ ଜୀଵନ୍ତ ହୋଇଛି । ସେହିପରି ଗୁଗୁଲ କ୍ୟାମେରାରେ ନେତାଜୀଙ୍କ ସହ ଫଟୋ ଉଠାଇଵାର ସୁଯୋଗ ଲୋକଙ୍କ ଭିତରେ ବେଶ୍ ଆଗ୍ରହ ସୃଷ୍ଟି କରିଛି।
ସେପଟେ ନେତାଜୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ଉତ୍ସଵ ମଞ୍ଚରେ ଦେଖିବାକୁ ମିଳିଛି ଖୋର୍ଦ୍ଧା ପାଇକ ମାନଙ୍କ ପରାକ୍ରମ। ଖୋର୍ଦ୍ଧା ପାଇକ ଆଖଡ଼ାର ପାଇକ ମାନଙ୍କର ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଅବସରରେ ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଣ୍ଟର ପକ୍ଷରୁ ପ୍ରତି ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଗୀତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।