୧୯ ବର୍ଷରୁ କମ ଏସିଆ କପ୍, ଭାରତକୁ ୪୩ ରନରେ ହରାଇଲା ପାକିସ୍ତାନ

Published By : Prameya-News7 Bureau | November 30, 2024 IST

livehindustan

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ୍‌ରେ ଭାରତୀୟ ଦଳ ପାକିସ୍ତାନଠୁ ପରାଜୟ ହୋଇଛି। ଶାହଜାଏବ ଖାଁଙ୍କ ଶତକ ବଳରେ ପାକିସ୍ତାନ ୪୩ ରନରେ ଭାରତକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୮୧ ରନ କରିଥିଲା। ଶାହଜାଏବ ୧୪୭ ବଲ୍‌ରୁ ୧୫୯ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଉସ୍ମାନ ଖାନ୬୦ ରନ କରିଥିଲେ। ଜବାବରେ ଭାରତ ୪୭.୧ ଓଭରରେ ୨୩୮ ରନରେ ଅଲଆଉଟ୍ ହୋଇଛି। ନିଖିଳ କୁମାର ୬୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ଶାହଜେବ ଖାଁ ଓ ଉସ୍ମାନ ଖାନ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୧୬୦ ରନ ଯୋଡ଼ିଥିଲେ। ଉସ୍ମାନ ଖାନ ୬୦ ରନ କରି ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଶାହ ଜାଏବ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟେ ମଧ୍ୟକ୍ରମ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଶାଜଜେବ ୪୭ ବଲରୁ ୧୦ ଚୌକା  ଓ ୫ ଛକା ସହ ୧୫୯ ରନ କରିଥିଲେ।ମହମ୍ମଦ ରିଆଜୁଲ୍ଲା ୨୭ ରନରେ ଆଉଟ୍ ହୋଇଥିବା ବେଳେ ଅନ୍ୟ ବ୍ୟାଟର ବିଫଳ  ହୋଇଥିଲେ। ପାକିସ୍ତାନ ୭ ଓ୍ଵିକେଟ୍ ହରାଇ ୨୮୧ ରନ କରିଥିଲା।

୨୮୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଦଳ ପକ୍ଷରୁ ଓପନିଂ କରିଥିବ ବୈଭବ ସୂର୍ଯ୍ୟବଂଶୀ ମାତ୍ର ଏକ ରନ କରି ଆଉଟ୍ ହୋଇଥିଲେ। ଆୟୁଷ ୨୦ ରନ କରି ପାଭିଲିୟନ ଫେରିଥିଲେ। ଆନ୍ଦ୍ରେ ସିଦ୍ଧାର୍ଥ ୧୫ ରନ ଓ ଅଧିନାୟକ  ମହମ୍ମଦ ଅମାନ ୧୬ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ତେବେ ମଧ୍ୟକ୍ରମରେ ନିଖିଳ କମାର ଦଳ ପକ୍ଷରୁ ସଂଘର୍ଷ ଜାରି ରଖିଥିଲେ। ସେ ୭୭ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୬୭ ରନର ଇନିଂସ ଖେଳିଥିଲେ। କିରନ କୋରମାଲେ ୨୦, ହରବଂଶ ସିଂ ୨୬ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ମହମ୍ମଦ ଏନାନ ୩୦ ରନ କରିଥିଲେ। ଶେଷରେ ଭାରତ ୪୭.୧ ଓଭରରେ ୨୩୮ ରନରେ ଅଲଆଉଟ୍ ହୋଇଥିଲା। 

ବୋଲିଂରେ ଭାରତ ପକ୍ଷରୁ ସମର୍ଥ ନାଗରାଜ ଓ ଆୟୁହ ମାତ୍ରେ ଭଲ ପ୍ରଦର୍ଶନ କରିଥିଲେ। ସମର୍ଥ ୧୦ ଓଭରରେ ୪୫ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଆୟୁଷ ୭ ଓଭରରେ ୩୦ ରନ ଦେଇ ୨ଟି ସଫଳତା ପାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.