ହାଇବ୍ରିଡ ମୋଡେଲ୍ ମଞ୍ଜୁର, ଭାରତ ସହ ବରାବରି ଚାହୁଁଛି ପାକିସ୍ତାନ: ପିସିବି ମୁଖ୍ୟ

Published By : Prameya-News7 Bureau | November 30, 2024 IST

abp live

କରାଚି: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଜାରି ଗତିରୋଧ ସମାପ୍ତ ହେବାକୁ ଯାଉଛି। ହାଇବ୍ରିଡ ମୋଡେଲ୍ ଆଧାରରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ସହମତି ହୋଇଛି ପାକିସ୍ତାନ। ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି। କିନ୍ତୁ ପାକିସ୍ତାନ ଆଇସିସି ସାମ୍ନାରେ ଦୁଇଟି ସର୍ତ୍ତ ରଖିଛି। ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି ଯାହା ବି କିଛି ହେବ ସମ୍ମାନର ସହ ହେବ। ପିସିବି କେବଳ ଚାମ୍ପିଅନ୍ସ ଟ୍ରଫି ପାଇଁ ନୁହେଁ ୨୦୩୧ ପାଇଁ ଯୋଜନା କରୁଛି।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନକଭି କହିଛନ୍ତି, ପାକିସ୍ତାନ ପୂରା ବରାବର ଚାହୁଁଛି। ମୁଁ ଚାହୁଁନି କିଛି କଥାକୁ ନେଇ ସବୁ କିଛି ଖରାପ ହୋଇଯାଉ। ଆମର ପ୍ରୟାସ କ୍ରିକେଟ୍‌ର ବିଜୟ  ହେଉ। ସବୁ କିଛି ଇଜ୍ଜତ ସହକାରେ ହେଉ। ଆମେ ସେହି କାମ କରିବୁ ଯାହା କ୍ରିକେଟ୍ ପାଇଁ ମଙ୍ଗଳକାରୀ। ଆମେ କେବଳ ହାଇବ୍ରିଡ ଫର୍ମୁଲା ନୁହେଁ ବରଂ ଯେ କୌଣସି ବି ଫର୍ମୁଲା ସହିତ ଯିବାକୁ ପ୍ରସ୍ତୁତ। କିନ୍ତୁ ସବୁ କିଛି ବରାବର ସହକାରେ ହେବା ଦରକାର। ପାକିସ୍ତାନ ପାଇଁ ସବୁଠୁ ଅଧିକ  ଜରୁରୀ ତାର ସମ୍ମାନ। 

ପିସିବି ଅଧ୍ୟକ୍ଷ କହିଛନ୍ତି, ପାକିସ୍ତାନ ସବୁ ପ୍ରକାର ନିଷ୍ପତ୍ତିରେ ବରାବର ଚାହୁଁଛି। ତେବେ ପାକିସ୍ତାନର କିଛି ସର୍ତ୍ତ ରହିଛି। ପ୍ରଥମ ସର୍ତ୍ତ ଲାହୋରକୁ ଫାଇନାଲ୍ ମ୍ୟାଚ୍ ପାଇଁ  ବ୍ୟାକଅପ୍‌ରେ ରଖାଯାଉ। ଯଦି ଭାରତ ଫାଇନାଲ୍ ନ ପହଞ୍ଚେ ତେବେ ଲାହୋରରେ ଟାଇଟଲ୍ ମୁକାବିଲା ଖେଳାଯାଉ। ଦ୍ଵିତୀୟ ସର୍ତ୍ତ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯାଏ ତେବେ ସେହି ସମୟରେ ମଧ୍ୟ ହାଇବ୍ରିଡ ମୋଡେଲ୍ ଲାଗୁ କରାଯାଉ। ଭାରତୀୟ ଦଳ ପରି ପାକିସ୍ତାନ ମଧ୍ୟ ଭାରତ ପରିବର୍ତ୍ତେ ନିଜର ମ୍ୟାଚ୍ ଅନ୍ୟ ଦେଶରେ ଖେଳିବ। ଏହା ସହିତ ପାକିସ୍ତାନ ଆଇସିସିଠୁ ଅଧିକ ଫଣ୍ଡ ଦାବି କରିଛି। ଆଇସିସି ପୂର୍ବରୁ ମଧ୍ୟ ପାକିସ୍ତାନକୁ ଫଣ୍ଡ ଦେଇ ସାରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.