ପାକିସ୍ତାନକୁ ଆମେରିକାରେ ଏଣ୍ଟ୍ରି ବନ୍ଦ ! ଟ୍ରମ୍ପଙ୍କ ପ୍ରତିବନ୍ଧକ ତାଲିକାରେ ୪୩ ଦେଶ ସାମିଲ୍

Published By : Prameya-News7 Bureau | March 15, 2025 IST

ନୂଆଦିଲ୍ଲୀ: ଆମେରିକାରେ ବେଆଇନ ପ୍ରବାସୀଙ୍କ ଉପରେ ବଡ଼ ଆକ୍ସନ ହେବାକୁ ଯାଉଛି । ଏନେଇ ଡୋନାଲ୍ଡ ଟ୍ରମ୍ପ ସରକାର ଏକ ଡ୍ରାଫ୍ଟ ଲିଷ୍ଟ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏଥିରେ ପାକିସ୍ତାନ ସମେତ ୪୩ଟି ଦେଶର ପ୍ରବାସୀଙ୍କ ଉପରେ ଆମେରିକାରେ ପ୍ରବେଶ ଉପରେ ରୋକ୍ ଲାଗିବ । ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି, ଏବେ ପ୍ରତିବନ୍ଧକ ବ୍ୟାପକ ହେବ । ଏହା ପୂର୍ବରୁ ଟ୍ରମ୍ପ ୭ ମୁସଲିମ୍ ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ବ୍ୟାନ୍ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁଯାୟୀ, ପାକିସ୍ତାନ, ଆଫଗାନିସ୍ତାନ, ଭୁଟ୍ଟାନ ଭାନୁଅତୁ ଭଳି ୪୩ଟି ଦେଶ ଏହି ବ୍ୟାନ୍ ଡ୍ରାଫ୍ଟ ତାଲିକାରେ ସାମିଲ୍ ଅଛନ୍ତି । ଯେଉଁମାନଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିବନ୍ଧକ ଲଗାଇବାକୁ ପ୍ଲାନ୍ ପ୍ରସ୍ତୁତ କରିଛି । ଆମେରିକାରେ ବେଆଇନ ପ୍ରବାସୀଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି । ଏହି ୪୩ଟି ଦେଶକୁ ୩ଟି କ୍ୟାଟେଗୋରୀରେ ଭାଗ କରିଛି ଟ୍ରମ୍ପ୍‌ ପ୍ରଶାସନ। ରେଡ୍, ଅରେଞ୍ଜ ଓ ୟେଲୋ ୩ଟି କ୍ୟାଟେଗୋରୀରେ ଭାଗ କରାଯାଇଛି । ରେଡ୍‌ ବର୍ଗରେ ୧୧ ଦେଶ, ନାଗରିକଙ୍କୁ ଆମେରିକା ଆସିବା ପୂରା ମନା । ଅରେଞ୍ଜ ବର୍ଗରେ ୧୦ ଦେଶର ନାଗରିକଙ୍କୁ ଟୁରିଷ୍ଟ ଭିସା ମାନ । ହେଲେ  ବ୍ୟବସାୟୀଙ୍କ ଆମେରିକା ପ୍ରବେଶକୁ ଅନୁମତି ମିଳିବ । ସେହିପରି ୟେଲୋ ଲିଷ୍ଟରେ ୨୨ ଦେଶ ରହିଛନ୍ତି । ଗସ୍ତର ୬୦ ଦିନ ପୂର୍ବରୁ ଏମାନେ ସମସ୍ତ ପ୍ରକାର ପ୍ରମାଣ ଦେବାକୁ ବାଧ୍ୟ ।  

ଆମେରିକା ସୁରକ୍ଷା ଅଧିକାରୀମାନେ ନିଜ ସୁପାରିଶ ସହିତ ଜଡ଼ିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ପାକିସ୍ତାନକୁ ୨୨ ଦେଶ ସହିତ ସାମିଲ୍ କରାଯାଇଛି, ଯେଉଁ ମାନଙ୍କୁ ଆମେରିକୀୟ ଭିଜା ମିଳିବାରେ ସମସ୍ୟା ସୃଷ୍ଟି ହେଉଛି । ଯଦି ଶହବାଜ ଶରିଫ୍ ସରକାର ଅଗାମୀ ୬୦ ଦିନ ମଧ୍ୟରେ ସବୁ ସର୍ତ୍ତ ଗୁଡ଼ିକୁ ପୁରଣ କରିବାରେ ସଫଳ ହୁଅନ୍ତି ତେବେ ତାଙ୍କ ଉପରେ ଆମେରିକାର ଏହି ପ୍ରତିବନ୍ଧକ ଲାଗିବାର ସମ୍ଭାବନା କମ୍ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.