ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ, ପାରାଦୀପରେ ୧୨ ଜଣ ଅଟକ

Published By : Prameya-News7 Bureau | August 15, 2024 IST

ପାରାଦୀପ ୧୫: କଲିକତାରୁ ଆସିଥିବା ୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ଯାଞ୍ଚ କରୁଛି ପାରାଦୀପ ପୋଲିସ । ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସିଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲା । ସେମାନଙ୍କୁ ଥାନାକୁ ଆଣିବା ସହ ଯାଞ୍ଚ କରିଛି ପାରାଦୀପ ପୋଲିସ । ସେମାନେ ସମସ୍ତେ କଲିକତା ସୁନ୍ଦରବନର ହୋଇଥିବା ବେଳେ ତାଙ୍କୁ ଆଣିଥିବା ଲୋକ ହେଲେ କେନ୍ଦ୍ରାପଡା ଜିଲ୍ଲା ବତୀଘର ପଞ୍ଚାୟତ କଜଳପାତିଆ ଗ୍ରାମର କୃଷ୍ଣପଦ ମଣ୍ଡଳ ବୋଲି ଜଣାପଡିଛି ।

You Can Read:

ବିନିକାରେ ପରେଡ୍ ଅଭିବାଦନ ଗ୍ରହଣ କରି ଉଦ୍‌ବୋଧନ ଦେଲେ ବୀରମହାରାଜପୁର ବିଧାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.