SC ଏବଂ HC ବିଚାରପତିଙ୍କ ଅବସର ବୟସକୁ ବଢାଇ ପାରନ୍ତି କେନ୍ଦ୍ର ସରକାର, ସଂସଦୀୟ କମିଟି କଲା ସମର୍ଥନ

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ଏକ ସଂସଦୀୟ କମିଟି ସୋମବାର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍‌ଙ୍କ ଅବସର ବୟସକୁ ବଢାଇବା ପାଇଁ ଏକ ପ୍ରଦର୍ଶନ ମୂଲ୍ୟାଙ୍କନ ପ୍ରଣାଳୀକୁ ସୁପାରିଶ କରିଛି । ବର୍ତ୍ତମାନ ସମୟରେ ସର୍ବୋଚ୍ଚ ଅଦାଲତର ନ୍ୟାୟମୂର୍ତ୍ତି ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି, ଅନ୍ୟପଟେ ହାଇକୋର୍ଟର ଜଜ୍ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି ।

ପଢନ୍ତୁ: ନିର୍ବାଚନ ଲଢ଼ିବାକୁ ବୟସ ସୀମା ୧୮କୁ ହ୍ରାସ କରିବା ପାଇଁ ସଂସଦୀୟ କମିଟିର ସୁପାରିଶ

ଆଇନ ଏବଂ କାର୍ମିକ ମନ୍ତ୍ରଣାଳୟ ସହ ଜିଡତ ସ୍ଥାୟୀ କମିଟି 'ନ୍ୟାୟିକ ପ୍ରକ୍ରିୟା ଏବଂ ଏଥିରେ ସୁଧାର' ଉପରେ ନିଜର ରିପୋର୍ଟରେ ଏହା ମଧ୍ୟ କହିଛି ଯେ ସାର୍ବଜାନୀନ ଖଜଣାରୁ ଅର୍ଥ ପାଉଥିବା ସଂସ୍ଥାରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଜଜଙ୍କୁ ଅବସର ପରେ ଦିଆଯାଉଥିବା କାର୍ଯ୍ୟରେ ସେମାନଙ୍କ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ପୁନଃମୂଲ୍ୟାଙ୍କନ କରାଯାଇ ପାରିବ । ଏଥିରେ କୁହାଯାଇଛି ଯେ ଅନେକ ହିତଧାରକ ଜଜ୍‌ଙ୍କୁ ଅବସର ପରେ ଦିଆଯାଉଥିବା କାର୍ଯ୍ୟ ଉପରେ ଉପତ୍ତି ଉଠାଇଥିଲେ ।

ୟୁପିଏ ୨ ସମୟରେ ହାଇକୋର୍ଟର ବିଚାରପତିଙ୍କ ଅବସର ବୟସ ସର୍ବୋଚ୍ଚ ଅଦାଲତ ବିଚାରପତିଙ୍କ ସହ ସମାନ କରିବା ପାଇଁ ଲୋକସଭାରେ ଏକ ବିଧେୟକ ଅଣାଯାଇଥିଲା । କିନ୍ତୁ କେବେ ଏହି ବିଧେୟକ ଉପରେ ଚର୍ଚ୍ଚା ହୋଇପାରିଲା ନାହିଁ ଏବଂ ଏହା ଶେଷ ହୋଇଗଲା । କମିଟି ଅନୁସାରେ ଜଜଙ୍କ ଅବସର ବୟସକୁ ଜନସଂଖ୍ୟାର ସ୍ୱାସ୍ଥ୍ୟରେ ସୁଧାର ପାଇଁ ଚିକିତ୍ସା ବିଜ୍ଞାନରେ ଦୀର୍ଘାୟୁ ଏବଂ ପ୍ରଗତିରେ ବୃଦ୍ଧି ସହ ବଢାଯିବା ଦରକାର ।  ରିପୋର୍ଟରେ କୁହାଯାଉଛି, 'ଏହା ଅନୁସାରେ, କମିଟି ସୁପାରିଶ କରୁଛି ଯେ ଭାରତ ସମ୍ୱିଧାନର ସମ୍ପୃକ୍ତ ଅନୁଚ୍ଛେଦରେ ସଂଶୋଧନର ଆବଶ୍ୟକତା ରହିଛି । ତେଣୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସକୁ ବଢାଯାଇ ପାରିବ'।

Also read: ନ ହେଉ ଦେଶର ଅପମାନ ! ପୁରସ୍କାର ଫେରାଇବା ରାଜନୀତି ଉପରେ କଠୋର ସଂସଦୀୟ କମିଟି, ନୂଆ ବ୍ୟବସ୍ଥା ପାଇଁ କଲା ସୁପାରିଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.