ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜିକରଣ, ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ

Published By : Prameya-News7 Bureau | March 03, 2025 IST

ଭୁବନେଶ୍ବର ୦୩/୦୩: ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ କିଣାବିକା । ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ ବିଭାଗ । ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରାଫ୍ଟକୁ ତର୍ଜମା କରି ସଂଶୋଧନ କରାଯିବ । ଏହା ପରେ ମୋଡାଲିଟି ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ । ରାଜସ୍ବ ହାନି ହେଉଥିବାରୁ ଏପରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । 

ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଓ ଆନୁଷଙ୍ଗୀକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧ୍ୟୟନ କରିବ ବିଭାଗ । ଯଦି ଦରକାର ପଡେ କିଛି ନିୟମାବଳୀ ଯୋଡାଯାଇପାରେ । ରେରା ଓ ଓଡିଏ ମଦ୍ୟ ଏହି ଡ୍ରାଫ୍ଟକୁ ତର୍ଜମା କରିବ । ମାର୍ଚ୍ଚ ସୁଦ୍ଧା ସଂଶୋଧନ ଓ ସ୍ପଷ୍ଟୀକରଣ ଯାହା ଦରକାର ଅଛି ନୋଟିଫିକେସନ ହେବ । ୫ହଜାର ସ୍କୋୟାର ଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ । 



 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.