ଶତ୍ରୁତା ନା ବାଧ୍ୟବାଧକତା; ଆଇପିଏଲ୍‌ ନିଲାମୀର ଅନସୋଲ୍ଡ ପ୍ଲେୟରଙ୍କୁ କିଣିବ ପାକିସ୍ତାନ ସୁପରଲିଗ୍‌

Published By : Prameya-News7 Bureau | December 11, 2024 IST

ନୂଆଦିଲ୍ଲୀ ୧୧।୧୨: : ଚିନ୍ତାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ସାମ୍ନାକୁ ଆସିଲା ଆଉ ଏକ ମୁଣ୍ଡବିନ୍ଧାର କାରଣ । ଏହା ହେଉଛି ପାକିସ୍ତାନ ସୁପର ଲିଗ୍ । IPLର ଅନସୋଲ୍ଡ ପ୍ଲେୟରଙ୍କୁ କିଣିବ ପାକିସ୍ତାନର ଫ୍ରାଞ୍ଚାଇଜ୍‌ । ଏଥିପାଇଁ ପାକିସ୍ତାନ ବିଶ୍ବର କ୍ରିକେଟ୍‌ ଦୁନିଆରେ ପାଲଟିଛି ଆଲୋଚନାର ବିଷୟ । ଏବେ ପ୍ରଶ୍ନ ଆସୁଛି ଏହା ଶତ୍ରୁତା ନା ଆବଶ୍ୟକତା... 

ଏହାକୁ କେବଳ ବାଧ୍ୟବାଧକତା କୁହାଯାଇପାରେ । ଫେବୃୟାରୀ-ମାର୍ଚ୍ଚରେ ପାକିସ୍ଥାନର ମେଜବାନରେ ଖେଳାଯିବା ଚାମ୍ପିଅନ ଟ୍ରଫି ୨୦୨୫ । କିନ୍ତୁ ଏହି ସମୟରେ ଖେଳାଯାଏ ପିଏସ୍‌ଏଲ୍‌ । କିନ୍ତୁ ଚାମ୍ପିଅନ ଟ୍ରଫି ପାଇଁ ପିଏସଏଲ୍‌କୁ ଆଗକୁ ଘୁଞ୍ଚାଇଛି ପିସିବି । ପିଏସଏଲ୍‌ ମାର୍ଚ୍ଚ-ଅପ୍ରେଲରେ ଖେଳାଯିବ । ଅର୍ଥାତ୍‌ ଆଇପିଏଲ୍‌ ଏବଂ ପିଏସ୍‌ଏଲ୍‌ ମଧ୍ୟରେ ହେବ କଡା ଟକ୍କର । ପିସିବି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ବିକ୍ରି ହୋଇନଥିବା ବିଦେଶୀ ପ୍ଲେୟରଙ୍କ ଲିଷ୍ଟ ପ୍ରସ୍ତୁତ କରିଛି । 

ବାସ୍ତବରେ ପିଏସ୍‌ଏଲ୍‌ ଫ୍ରାଞ୍ଚାଇଜ୍‌ କୌଣସି ବି ଅସୁବିଧାରୁ ଦୂରେଇ ରହିବାକୁ ଚାହୁଁଛି । ଏଥିପାଇଁ ଆଇପିଏଲ୍‌ର ଅନସୋଲ୍ଡ ପ୍ଲେୟରଙ୍କୁ କିଣିବା ପାଇଁ ସେ ବାଧ୍ୟ । ଏହା ହେବାର କାରଣ ହେଉଛି ଅନସୋଲ୍ଡ ପ୍ଲେୟରଙ୍କୁ କିଣିବା ଦ୍ବାରା ସେମାନେ ପିସିଏଲ୍‌କୁ ମଝିରେ ଛାଡିବେନି । ବାସ୍ତବରେ ଅନେକ ସମୟରେ ଏପରି ହୋଇଥାଏ କି ଆଇପିଏଲ୍‌ରେ ଖେଳିବା ପାଇଁ ବିଦେଶୀ ପ୍ଲେୟର ପିସିଏଲ୍‌କୁ ମଝିରେ ଛାଡି ଦିଅନ୍ତି । ଯେଉଁଥିପାଇଁ ଟୁର୍ଣ୍ଣାମେଣ୍ଟର ବହୁତ କ୍ଷତି ହୋଇଥାଏ । 

ଏଥିରୁ ବର୍ତ୍ତିବା ପାଇଁ ପିସିଏଲ୍‌ ଆଇପିଏଲ୍‌ର ଅନସୋଲ୍ଡ ପ୍ଲେୟରଙ୍କୁ କିଣିବ । ତେବେ ଆଇପିଏଲ୍‌ ନିଲାମୀରେ ଡେଭିଡ୍‌ ଓ୍ବାର୍ଣ୍ଣର, କେନ୍‌ ଓ୍ବିଲିୟମସନ୍‌, ଆଦିଲ ରଶିଦ୍‌, ଏଲେକ୍ସ କୈରୀ, କେଶବ ମହାରାଜ, ଶାଇ ହୋପ୍‌, ଡେରେଲ୍‌ ମିଚେଲ୍‌, ଜନି ବେୟାରଷ୍ଟ୍ରୋ ଏବଂ ଅକିଲ୍‌ ହୁସେନ୍‌ଙ୍କ ପରି ବଡ ଷ୍ଟାର ଅନସୋଲ୍ଡ ରହିଛନ୍ତି । ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନାହାନ୍ତି ।

ବର୍ତ୍ତମାନ ଏମାନଙ୍କ ନାଁ ପିଏସ୍‌ଏଲ୍‌ ଫ୍ରାଞ୍ଚାଇଜ୍‌ ପିସିବି ଆଗରେ ରଖିଛନ୍ତି । ପିଟିଆଇ ଅନୁଯାୟୀ, PCB ମଧ୍ୟ ଏହି ଷ୍ଟାର ପ୍ଲେୟରଙ୍କ ମ୍ୟାନେଜରଙ୍କୁ ଯୋଗାଯୋଗ ଆରମ୍ଭ କରିଛି । PCB ଜାଣିବାକୁ ଚାହୁଁଛି କି ଏହି ପ୍ଲେୟରମାନେ ଆଗାମୀ PSL ସିଜିନରେ ଖେଳିବାକୁ ପ୍ରସ୍ତୁତ କି ନୁହେଁ । ତେବେ ଏହି ଷ୍ଟାର ପ୍ଲେୟର PSLର ଉତ୍ସାହକୁ ଦ୍ୱିଗୁଣିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି ।  

ଅନ୍ୟପଟେ ପ୍ଲେୟରଙ୍କ ଡ୍ରାଫ୍ଟର ଆୟୋଜନ ଲଣ୍ଡନ କିମ୍ବା ଦୁବାଇରେ ହୋଇପାରେ । ଏହି ନିଷ୍ପତ୍ତି ବିସିସିଆଇ ଦ୍ବାରା ପ୍ରେରିତ । ବିସିସିଆଇ ଆଇପିଏଲ୍‌ ନିଲମୀ ବିଦେଶରେ କରୁଛି । ଏଥିପାଇଁ ପିସିବି ମଧ୍ୟ ପିସିଏଲ୍‌ ଡ୍ରାଫ୍ଟ ଦୁବାଇ କିମ୍ବା ଲଣ୍ଡନରେ କରିବାକୁ ଚାହୁଁଛି । ଏପରି କରିବା ଦ୍ବାରା ଲିଗକୁ ବିଶ୍ବସ୍ତରରେ ଏକ୍ସପୋଜର ମିଳିବ । ଏହା ସହିତ ବିଦେଶୀ ପ୍ଲେୟର ଅଧିକରୁ ଅଧିକ ଅଂଶଗ୍ରହଣ କରିବା ନେଇ ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.