ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକରେ ଦେବେ ଯୋଗ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭।୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା । CWC ବୈଠକ ପାଇଁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ । ବୈଠକ ପାଇଁ ସବୁ ରାଜ୍ୟର ସଭାପତିଙ୍କୁ AICC ପକ୍ଷରୁ ଦିଲ୍ଲୀ ଡକାଯାଇଛି । 

ସୂଚନା ମୁତାବିକ, ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ୯୯ ଆସନ ଜିତିଛି । ଫଳରେ କଂଗ୍ରେସକୁ ଏବେ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ମିଳିବ । ଗତ ୨୦୧୪ରେ ମାତ୍ର ୪୪ ଏବଂ ୨୦୧୯ରେ  ୫୨ ଆସନ ପାଇଥିବାରୁ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲା । ଅଧିର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସ ନେତା ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଚଳିତଥର ଅଧିର ରଞ୍ଜନ ନିର୍ବାଚନରେ ପରାଜିତ ହୋଇଥିବାରୁ ଲୋକସଭାରେ  କିଏ ବିରୋଧୀ ଦଳ ନେତା ରହିବେ ତାକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

କୁହାଯାଉଛି  କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବିରୋଧୀ ଦଳ ନେତା ହେବେ । କଂଗ୍ରେସ ନେତାମାନେ ମଧ୍ୟ ରାହୁଲଙ୍କୁ ନେତା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ତେବେ ଏହି   ପ୍ରସ୍ତାବ ଉପରେ କଂଗ୍ରେସର ସଂସଦୀୟ ଦଳ ବୈଠକରେ ଆଲୋଚନା କରାଯିବା  ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

You Can Read :

କିଏ ହେବେ କଂଗ୍ରେସ ବିରୋଧୀ ଦଳ ନେତା ? ଏମିତି ଚର୍ଚ୍ଚା ଭିତରେ ଏଭଳି ମନ୍ତବ୍ୟ ରଖିଲେ ତାରା ବାହିନୀପତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.