ଗନ୍ ପଏଣ୍ଟରେ ଟଙ୍କା ଲୁଟ୍, ବାଣ୍ଟିବାକୁ ନେବା ବେଳେ ଦୁର୍ବୃତ୍ତ ଲୁଟିନେଲେ ଭତ୍ତା ଟଙ୍କା

Published By : Prameya-News7 Bureau | November 20, 2024 IST

ଆନନ୍ଦପୁର ୨୦।୧୧: ଭତ୍ତା ଟଙ୍କା ବାଣ୍ଟିବାକୁ ନେବା ବେଳେ ଲୁଟ୍ । ପଲସରରେ ଆସି ଏଡିଇଓଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତିନି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ବ୍ୟାଗ୍ । ବ୍ୟାଗ୍‌ରେ ଥିଲା ୮ ଲକ୍ଷ ୧୧ ହଜାର ଟଙ୍କା । ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ତରୁଆଁ ପଞ୍ଚାୟତରେ ବୁଧବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ପିଇଓ ରଶ୍ମିରଞ୍ଜନ ମହାରଣା ୮ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଏକ ବ୍ୟାଗ୍ରେ ଭର୍ତ୍ତି କରି ପଞ୍ଚାୟତ ଏଡିଇଓ ପର୍ଶୁରାମ ସାହୁଙ୍କି ସୁଆଁପଦା ଛକରେ ହସ୍ତାନ୍ତର କରିଥିଲେ । ତେବେ ବ୍ୟାଗ୍‌ ଧରି ପର୍ଶୁରାମ ପଞ୍ଚାୟତକୁ ଯାଉଥିବା ସମୟରେ ବଣିଆପଶି ଛକ ଠାରେ ସାମ୍ନାପଟୁ ଏକ ପଲସରରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଏହାସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍ଟି ନେଇ ଯାଇଥିଲେ । ଏପରିକି ପର୍ଶୁରାମଙ୍କ ବାଇକ୍ ଚାବି ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ଏନେଇ ରାମଚନ୍ଦ୍ରପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

You Can Read:

ରେଳଧାରଣା ପାର ହେଉଥିବା ବେଳେ ଦୁର୍ଘଟଣା, ଟ୍ରେନ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.