ୱାଶିଂଟନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ରାଗିଲେ ଓ ବିରକ୍ତି ବି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନେତୃତ୍ୱ ଉପରେ ପୁଟିନ ପ୍ରଶ୍ନ ଉଠାଇବା ପରେ ଟ୍ରମ୍ପ ଏଭଳି ଆଚରଣ ଦେଖାଇଛନ୍ତି।
ରବିବାର ମିଡିଆକୁ ପ୍ରତିକ୍ରିୟା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନେତୃତ୍ୱର ବିଶ୍ୱସନୀୟତାକୁ ସମାଲୋଚନା କରିବାରୁ ତାଙ୍କ ରୁଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ଉପରେ ସେ ଅତ୍ୟନ୍ତ କ୍ରୋଧିତ ଏବଂ ବିରକ୍ତ ଅଛନ୍ତି।
ପଢନ୍ତୁ- ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ: ସର୍ତ୍ତରେ ରାଜି ହୁଅ ନହେଲେ ଏମିତି ବୋମା ମାଡ଼ ହେବ, ପୂର୍ବରୁ କେବେ ଦେଖି ନଥିବ
ଶୁକ୍ରବାର ପୁଟିନ ୟୁକ୍ରେନରେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ୟୁକ୍ରେନ୍ରେ ଏକ ଅସ୍ଥାୟୀ ସରକାର ସ୍ଥାପନ ହେଲେ ଯାଇ ଜେଲେନସ୍କିଙ୍କୁ ପ୍ରଭାବଶାଳୀ ଭାବରେ ବାହାର କରିଦିଆଯାଇପାରିବ ବୋଲି ପୁଟିନ ପରାମର୍ଶ ଦେଇଥିଲେ। ପୁଟିନଙ୍କ ଏଭଳି ପ୍ରତିକ୍ରିୟାରେ ଜବାବରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଆମେରିକାର ଏନ୍ବିସି ନ୍ୟୁଜ୍କୁ ସାକ୍ଷାତକାର ଦେଇ ଟ୍ରମ୍ପ ଋଷ ଉପରେ ଚାପ ବଢ଼ାଇ ଚେଷ୍ଟା କରିଥିଲେ। ୟୁକ୍ରେନରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ଯଦି ମସ୍କୋ ବନ୍ଦ କରିବା ପାଇଁ କିଭ ସହିତ ଏକ ଚୁକ୍ତି କରିବାରେ ଅସମର୍ଥ ହୁଏ, ତେବେ ରୁଷ ତେଲ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଧମକ ଦେଇଛନ୍ତି।
ପଢନ୍ତୁ- ଋଷିଆ ସହ ଯୁଦ୍ଧରେ ଆମେରିକାର ସୈନ୍ୟ ସହାୟତାକୁ ଋଣ ଭାବୁନି ୟୁକ୍ରେନ, ଜାଣନ୍ତୁ କ’ଣ କହିଛନ୍ତି ଜେଲେନସ୍କି
ସେ କହିଛନ୍ତି "ଯଦି ରୁଷ ଏବଂ ମୁଁ ୟୁକ୍ରେନରେ ରକ୍ତପାତ ବନ୍ଦ କରିବା ପାଇଁ ଏକ ଚୁକ୍ତି କରିପାରିବୁ ନାହିଁ, ଏବଂ ଏଥିରେ ଋଷର ଭୁଲ୍ ଥିବା ଯଦି ମୁଁ ଅନୁଭବ କଲି ତେବେ ମୁଁ ତୈଳ ଉପରେ ଦ୍ୱିତୀୟ ଶୁଳ୍କ ଲଗାଇବି, ରୁଷରୁ ବାହାରୁଥିବା ସମସ୍ତ ତେଲ ଉପରେ ଶୁଳ୍କ ଲାଗିବ। ଏହାର ଅର୍ଥ ହେଲା ଯଦି ଆପଣ ରୁଷରୁ ତେଲ କିଣନ୍ତି, ତେବେ ଆପଣ ଆମେରିକାରେ ବ୍ୟବସାୟ କରିପାରିବେ ନାହିଁ। ସେହି ତେଲ ଉପରେ ୨୫ ପ୍ରତିଶତ ଶୁଳ୍କ ରହିବ, ସମସ୍ତ ତେଲ ଉପରେ ୨୫ ରୁ ୫୦ ପଏଣ୍ଟ ଶୁଳ୍କ ଲଗାଯିବ।"
ଟ୍ରମ୍ପଙ୍କ ପୂର୍ବବର୍ତ୍ତୀ ଜୋ ବିଡେନଙ୍କ ସରକାର ଋଷର ୟୁକ୍ରେନ୍ ଆକ୍ରମଣ ପରେ ଫେବୃଆରୀ ୨୦୨୨ ରେ ରୁଷର ତୈଳ ଆମଦାନୀ ଉପରେ ନିଷେଧାଦେଶ ଲଗାଇଥିଲେ। ଆମେରିକାର ଶକ୍ତି ସୂଚନା ପ୍ରଶାସନ ଅନୁଯାୟୀ, ୨୦୨୩ରେ ଆମେରିକାକୁ ମାତ୍ର ୧୦,୦୦୦ ବ୍ୟାରେଲ ରୁଷର ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରାଯାଇଥିଲା।
ଋଷପ୍ରତି ସ୍ୱର କଠୋର କହି ଟ୍ରମ୍ପ କହିଥିଲେ ପୁଟିନ ୟୁକ୍ରେନ୍ରେ ନୂଆ ନେତା ଚାହିଁବା ମାନେ ଶାନ୍ତି ଚୁକ୍ତିରେ ବିଳମ୍ବ କରିବା। ଉପସ୍ଥାପକଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଥିଲେ " ମୁଁ ଭାବୁଛି ଯେ ଯଦି ଆମେ ଏକ ଆଲୋଚନା ମଧ୍ୟକୁ ଆସି ଯାଇଛି, ତେବେ ଆପଣ ବହୁତ କ୍ରୋଧିତ ଥିଲେ କିମ୍ବା ବରକ୍ତ ଥିଲେ ବୋଲି କହିପାରିବେ। ହେଲେ ପୁଟିନ ଗତକାଲି (ଶୁକ୍ରବାର) କହିଥିଲେ ଯେ ତୁମେ ଜାଣ। ପୁଟିନ ଜେଲେନ୍ସକିଙ୍କ ବିଶ୍ୱସନୀୟତା ଆଡ଼କୁ କଥା ନେଇଥିଲା। ବର୍ତ୍ତମାନ ସମୟ ତାହା ନୁହେଁ।" ତେବେ ଆସନ୍ତା ସପ୍ତାହରେ ସେ ପୁଟିନଙ୍କ ସହିତ ଏନେଇ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ଇଣ୍ଟରଭ୍ୟୁରେ ପୁଟିନଙ୍କୁ ସମାଲୋଚନା କରିବା ପୂର୍ବରୁ ଜେଲେନ୍ସ୍କିଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ ଋଷ ବିରୁଦ୍ଧରେ ୟୁକ୍ରେନ ଯୁଦ୍ଧ ପରିଚାଳନାରେ ବିରକ୍ତି ହୋଇଗଲେଣି। ଦେଶରେ ନିର୍ବାଚନ ନ କରାଉଥିବାରୁ ଟ୍ରମ୍ପ ଜେଲେନ୍ସ୍କିଙ୍କୁ "ଏକଛତ୍ରବାଦୀ" ବୋଲି ମଧ୍ୟ କହିଥିଲେ।
ପଢନ୍ତୁ- ଋଷ ରାଜଧାନୀରେ ବଡ଼ଧରଣର ଆଟାକ୍, ବିସ୍ଫୋରଣରେ ଉଡ଼ିଗଲା ରାଷ୍ଟ୍ରପତି ପୁଟିନ୍ଙ୍କ କାର୍
ସୂଚନା ଥାଉକି ଋଷ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ୟୁକ୍ରେନ ଦେଶରେ ସାମରିକ ଆଇନ ଘୋଷଣା କରିଛି। ତେଣୁ ସେହି ସମୟ ମଧ୍ୟରେ ଦେଶରେ କୌଣସି ନିର୍ବାଚନ ହୋଇପାରିବ ନାହିଁ ବୋଲି ନିୟମ ରହିଛି।
ସେପଟେ ଟ୍ରମ୍ପ ତାଙ୍କ ରାଷ୍ଟ୍ରପତି ହେବା ପାଇଁ ନିଜର ନିର୍ବାଚନ ପ୍ରଚାର ସମୟରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏହି ପ୍ରସଙ୍ଗକୁ ସେ ଏକ ପ୍ରମୁଖ ବୈଦେଶିକ ନୀତି ବୋଲି ଦର୍ଶାଇ ଲୋକଙ୍କ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ।ତେଣୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ସେହି କାମ ଆରମ୍ଭ କରିଦେଇଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କିଛି ମାସରେ ଆମେରିକୀୟ, ରୁଷ ଏବଂ ୟୁକ୍ରେନୀୟ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି।
ଗତ ସପ୍ତାହରେ, ରୁଷ ଏବଂ ୟୁକ୍ରେନ ଏକ ଆଂଶିକ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଏଥିରେ ବ୍ଲାକ୍ ସିରେ ସୁରକ୍ଷିତ ନୌଚାଳନାକୁ ଅନୁମତି ଦେବା ଏବଂ ପରସ୍ପରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଉପରେ ଆକ୍ରମଣ ନ କରିବାରେ ସର୍ତ୍ତ ଥିଲା।