ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେ ବିମାନରୁ ଓହ୍ଲାଇବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କୁ ସ୍ୱାଗତ କରିଛନ୍ତି। ଫ୍ରାନ୍ସର ବଷ୍ଟିଲ୍ ଡେ ପ୍ୟାରେଡରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ଏତିପାଇଁ ଜୁଲାଇ ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ରହିବେ।
ଶୁକ୍ରବାର(ଜୁଲାଇ ୧୩) ପ୍ରଧାନମନ୍ତ୍ରୀ ବାର୍ଷିକ ବଷ୍ଟିଲ୍ ଡେ ପ୍ୟାରେଡରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ଏଥିସହିତ ୨୬୯ ସଦସ୍ୟ ବିଶିଷ୍ଟ ଭାରତର ଜଳ, ସ୍ଥଳ ଓ ବାୟୁ ସେନାର ଏକ ଟିମ୍ ମଧ୍ୟ ଏହି ପରେଡ୍ରେ ଯୋଗ ଦେବେ। ଭାରତୀୟ ବାୟୁସେନା (IAF) ର ତିନିଟି ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ଏହି ପରେଡ୍ରେ ଯୋଗ ଦେବେ।
wp:embed {"url":"https://twitter.com/ANI/status/1679441239148724224?s=20","type":"rich","providerNameSlug":"twitter","responsive":true} /wp:embedପରେଡ୍ରେ ଯୋଗ ଦେବା ସହିତ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା, ମହାକାଶ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହତି ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଫ୍ରାନ୍ସ ଗସ୍ତ ପରେ ଆବୁଧାବି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ଫ୍ରାନ୍ସରେ ରହୁଥିବା ଭାରତୀୟଙ୍କୁ ମଧ୍ୟ ସମ୍ବୋଧନ କରିବେ ମୋଦୀ। ଏହାପରେ ୨୬ ରାଫେଲ ଡିଲ୍ ସମେତ ୩ଟି ବୁଡ଼ା ଜାହାଜ କିଣିବା ନେଇ ଦୁଇ ନେତାଙ୍କ ମଧ୍ୟରେ ଚୁକ୍ତି ହେଇପାରେ।
{"width":840,"height":472}ପ୍ରାୟ ୯୦,୦୦୦ କୋଟି ଟଙ୍କା ମୂଲ୍ୟର ଏହି ଡିଲ ହେବ। ଏଥିରେ ୨୬ ଟି ରାଫେଲ ଏମ୍ ବିମାନ କିଣାଯିବ। ଯେଉଁଥିରେ ୨୨ ଟି ସିଙ୍ଗଲ୍ ସିଟ୍ ଏବଂ ଚାରିଟି ଡବଲ୍ ସିଟ୍ ଟ୍ରେନର ଭର୍ସନ ବିମାନ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଏଥିରେ ତିନୋଟି ଅତିରିକ୍ତ ବୁଡ଼ାଜାହାଜ କିଣାଯିବ। ପ୍ରକଳ୍ପ ୭୫ ଅଧୀନରେ ସ୍କର୍ପିନ୍ ଚୁକ୍ତିରେ ଏହି ବୁଡ଼ା ଜାହାଜ କିଣିବ ଭାରତ।
wp:embed {"url":"https://twitter.com/ANI/status/1679449771403276288?s=20","type":"rich","providerNameSlug":"twitter","responsive":true} /wp:embed