ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ୍ ଶନିବାର ସ୍ବଚ୍ଛ ଉର୍ଜା ଦିଗରେ ଏହି ବଡ଼ ଘୋଷଣା କରିଛନ୍ତି। ପିଏମ ମୋଦୀ, ଜି-୨୦ ସମ୍ମିଳନୀରେ ଗ୍ଲୋବାଲ ବାୟୋଫୁଏଲ ଅଲାଏନ୍ସ ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି। ଏହା ସହ ଏହି ଆଲାଏନ୍ସର ସହ ଯୋଡ଼ିହେବାକୁ ଅନ୍ୟ ଦେଶମାନଙ୍କୁ ଆହ୍ବାନ କରିଛନ୍ତି।
ଗ୍ଳୋବାଲ ବାୟୋଫୁଏଲ ଆଲାଏନ୍ସ ବିଶ୍ବରେ ଜୀବାଶ୍ମ ଇନ୍ଧନ ବଦଳରେ ବିକଳ୍ପ ଇନ୍ଧନ ଏବଂ ସ୍ବଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରହିଛି। ଭାରତ ବ୍ୟତୀତ ଆମେରିକା ଏବଂ ବ୍ରାଜିଲ ଏହି ନୂଆ ଆଲାଏନ୍ସର ସଂସ୍ଥାପକ ସଦସ୍ୟ ମଧ୍ୟରେ ରହିଛନ୍ତି । ତେବେ ଏହାପରେ ଆର୍ଜେଣ୍ଟିନା ଏବଂ ଇଟାଲୀ ଭଳି ୧୧ ଦେଶ ମଧ୍ୟ ଯୋଡ଼ି ହୋଇସାରିଛନ୍ତି।
ଆହୁରି ପଢ଼ନ୍ତୁ: ଜି-୨୦ ଗାଲା ଡିନର ମେନୁରେ ଅତିଥିଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ, ପରଶାଯିବ ୫୦୦ ପ୍ରକାର ବ୍ୟଞ୍ଜନ
ଜି-୨୦ ସମ୍ମିଳନୀ ପୂର୍ବରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ସବୁ ଦେଶକୁ ମିଶି ବିକଳ୍ପ ଇନ୍ଧନ ଦିଗରେ କାମ କରିବାର ଆବଶ୍ୟକତା ରହିଛି ।’’ ପ୍ରଧାନମନ୍ତ୍ରୀ ଭାରତ ତରଫରୁ ପ୍ରସ୍ତାବ ଦେଇଛନ୍ତି ‘‘ବୈଶ୍ବିକ ସ୍ତରରେ ପେଟ୍ରୋଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶାଇବା ପହଲ କରାଯାଉଛି। ଏହି ବ୍ୟାପକ ବୈଶ୍ବିକ କଲ୍ୟାଣ ପାଇଁ ସ୍ଥାୟୀ ଉର୍ଜା ଯୋଗାଣକୁ ସୁନିଶ୍ଚିତ କରିବା ସହ ଜଳବାୟୁ ସୁରକ୍ଷା କରିବାରେ ସାହାଯ୍ୟ ହେବ।’’ ଏହା ପୂର୍ବରୁ ମଧ୍ୟ ପିଏମ ମୋଦୀ ଏହି ବାୟୋଫୁଏଲ ଆଲାଏନ୍ସ ନେଇ ସଙ୍କେତ ଦେଇଥିଲେ। ସୂଚନାଥାଉକି. ଭାରତ, ଆମେରିକା ଏବଂ ବ୍ରାଜିଲ ଏବେ ଦୁନିଆର ପ୍ରମୁଖ ବାୟୋଫୁଏଲ ଉତ୍ପାଦକ ମଧ୍ୟରେ ରହିଛନ୍ତି।
ବାୟୋଫୁଏଲ( ଜୈବ ଇନ୍ଧନ)ର ଅର୍ଥ ହେଉଛି ନବୀକରଣ ଯୋଗ୍ୟ ଶକ୍ତି, ଯାହା ବାୟୋମାସରୁ ତିଆରୁ ହୋଇଥାଏ। ବାୟୋମାସ ଗଛର ଅବଶେଷ, ପଶୁ, ଘରୋଇ ବର୍ଜ୍ୟ, କଳାକାରଖାନାର ବାୟୋଓ୍ବେଷ୍ଟ ସାମିଲ୍ ହୋଇଛି। ଜୈବ ଇନ୍ଧନ ପାରମ୍ପରିକ ଜୀବାଶ୍ମ ଇନ୍ଧନ ତୁଳନାରେ ଅଧିକ ପରିବେଶ ଅନୁକୂଳ ହୋଇଥାଏ। କାରଣ ଏଥରେ କମ୍ ପ୍ରଦୂଷଣ ହୋଇଥାଏ। ଭାରତ ଏହା ପୂର୍ବର ଗ୍ଲୋବାଲ ସୋଲାର ଆଲାଏନ୍ସର ମଧ୍ୟ ଆରମ୍ଭ କରିସାରିଛି।
ଆହୁରି ପଢ଼ନ୍ତୁ: ଚୀନ ବିରୋଧରେ ତିବ୍ବତୀୟଙ୍କ ବିକ୍ଷୋଭ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜି-୨୦ ନେତାଙ୍କୁ ନିବେଦନ