ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍' ଜଏନ୍ କରିଛନ୍ତି । ଏହା ଟ୍ରମ୍ପ୍ ମିଡିଆ ମାଲିକାନାରେ ଥିବା ଏକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ । ଏହି ପ୍ଲାଟଫର୍ମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ପ୍ରଚାର କରନ୍ତି । ୨ 'ଟ୍ରୁଥ' ସହ ପିଏମ୍ ମୋଦୀ ଏହି ସୋସିଆଲ୍ ମିଡିଆ ବ୍ୟବହାର ଆରମ୍ଭ କରିଛନ୍ତି । ଏହି ପ୍ଲାଟ୍ଫର୍ମରେ ପୋଷ୍ଟ ପାଇଁ 'ଟ୍ରୁଥ୍' ବ୍ୟବହାର କରାଯାଏ । ପ୍ରଥମ ଟ୍ରୁଥ୍ରେ ଟ୍ରମ୍ପ ନିଜ ଭଲ ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ପ୍ରଥମ ପୋଷ୍ଟରେ ଲେଖିଛନ୍ତି, 'ଟ୍ରୁଥ୍ ସୋସିଆଲରେ ଆସି ଖୁସି ଅଛି । ଏଠାରେ ସମସ୍ତଙ୍କ ଆଲୋଚନା କରିବା ଓ ଆଗାମୀ ଦିନରେ ସାର୍ଥକ ଚର୍ଚ୍ଚା ପାଇଁ ଉତ୍ସୁକ ଅଛି ।' ପ୍ରଥମ ପୋଷ୍ଟକୁ ଏପର୍ଯ୍ୟନ୍ତ ୧୦.୫ ହଜାରରୁ ଅଧିକ ଲାଇକ୍ ଏବଂ ୧.୫୪ ହଜାରରୁ ଅଧିକ ସେୟାର ମିଳିଛି।
ଦ୍ୱିତୀୟ ପୋଷ୍ଟରେ ପିଏମ୍ ମୋଦୀ ଆମେରିକୀୟ ପୋଡକାଷ୍ଟର ଓ କମ୍ପ୍ୟୁଟର୍ ବୈଜ୍ଞାନିକ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ୩ ଘଣ୍ଟାର ପୋଡ୍କାଷ୍ଟ ଲିଙ୍କ୍ ସେୟାର କରିଛନ୍ତି । ଏଥିରେ ବୈଶ୍ୱିକ ନେତୃତ୍ୱ ଓ ବିଭିନ୍ନ ମାମଲାରେ ସମେତ ଅନେକ ବିଷୟରେ ସେ ଆଲୋଚନା କରିଥିଲେ । ଏହି ପୋଡ୍କାଷ୍ଟକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ହାଇଲାଇଟ୍ କରିଛନ୍ତି, ଯାହା ଦୁଇ ନେତାଙ୍କ ମଧ୍ୟରେ ବଢୁଥିବା ଡିଜିଟାଲ୍ କନେକ୍ସନକୁ ଦର୍ଶାଉଛି ।
ପୂର୍ବରୁ ସୋମବାର ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଫ୍ରିଡ୍ମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଡ୍କାଷ୍ଟର ଏକ ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଥିଲେ । ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କ ଠାରୁ ପରାସ୍ତ ହେବା ପରେ ତାଙ୍କ ସମର୍ଥକମାନେ ଆମେରିକା କ୍ୟାପିଟଲ୍ରେ ଆକ୍ରମଣ କରିଥିଲେ । ଯେଉଁଥି ପାଇଁ ଫେସ୍ବୁକ୍ ଏବଂ ଏକ୍ସ ଭଳି ପ୍ରମୁଖ ସୋସିଆଲ ପ୍ଲାଟଫର୍ମରୁ ଟ୍ରମ୍ପଙ୍କୁ ବ୍ୟାନ କରାଯିବା ପରେ ୨୦୨୨ରେ ଟ୍ରୁଥ୍ ସୋସିଆଲ ଆରମ୍ଭ କରିଥିଲେ । ଆମେରିକାର ରାଷ୍ଟ୍ରପତି ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅଧିକ ସକ୍ରିୟ, ପ୍ରାୟତଃ ପ୍ରମୁଖ ଘୋଷଣା ଏବଂ ନୀତିଗତ ପରିବର୍ତ୍ତନ ବିଷୟକୁ ଏଠାରେ ସେୟାର କରନ୍ତି ।