‘ଏହି ବଜେଟ୍ ସଂଚୟ, ନିବେଶ ଏବଂ ବିକାଶକୁ ବଢାଇବ, ଆତ୍ନନିର୍ଭର ଭାରତ ଅଭିଯାନକୁ ଗତି ଦେବ’: ପିଏମ୍ ମୋଦୀ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୨ ଲକ୍ଷ ଟଙ୍କା ଯାଏ ଆୟକୁ ଟିକସ ମୁକ୍ତ କରି ସରକାର ମଧ୍ୟବିତ୍ତଙ୍କ ହାତରେ ଅଧିକ ଟଙ୍କା ଦେବାକୁ ଚାହିଁଛନ୍ତି । ଏହାସହ ଦେଶର ଅର୍ଥନୀତି ଯେପରି ଅଧିକ ଗତିଶୀଳ ହୋଇପାରିବ ସେଥିପାଇଁ ମଧ୍ୟ ଉଦ୍ୟମ କରିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଜେଟ୍‌କୁ ସାଧାରଣ ଲୋକଙ୍କ ବଜେଟ୍ ବୋଲି କହିଛନ୍ତି । ଅର୍ଥ ମନ୍ତ୍ରୀଙ୍କୁ ପ୍ରଶଂସା କରି ପିଏମ୍ କହିଛନ୍ତି, ଏହି ବଜେଟ୍ ମଧ୍ୟବିତ୍ତଙ୍କ ପକେଟ୍‌କୁ ବଳ ଦେବ ଏବଂ ଆତ୍ମନିର୍ଭର ଭାରତକୁ ଅଧିକ ଗତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତର ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ପାହାଚ ଅଟେ । ଏହା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍ । ଏହା ସବୁ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବାର ବଜେଟ୍ । ଅନେକ ସେକ୍ଟରକୁ ଯୁବକଙ୍କ ପାଇଁ ଖୋଲାଯାଇଛି । ଏହା ବିକଶିତ ଭାରତ ମିଶନକୁ ଗତି ଦେବ । ଏହି ବଜେଟ୍ ଫୋର୍ସ ମିଲ୍ଟିପିଲର ଅଟେ । ବିକଶିତ ଭାରତ ମିଶନକୁ ସାଧାରଣ ଲୋକ ଆଗକୁ ନେବେ । ଏହି ବଜେଟ୍ ଶକ୍ତି ବଢାଇବ । ଏହା ସଂଚୟ, ନିବେଶ, ଖର୍ଚ୍ଚ ଏବଂ ବିକାଶକୁ ବଢାଇବ । 

ପିଏମ୍  କହିଛନ୍ତି, 'ଜନକୈନ୍ଦ୍ରିକ ବଜେଟ୍ ଆଣିଥିବାରୁ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମକୁ ମୁଁ ଶୁଭେଚ୍ଛା ଜଣାଉଛି । ସାଧାରଣତଃ ବଜେଟର ଫୋକୋସ୍ ସରକାରଙ୍କ ରାଜକୋଷ କିପରି ବଢିବ ତାହା ଉପରେ ରହିଥାଏ, କିନ୍ତୁ ଦେଶର ବଜେଟ୍ ଏଥର ପୁରା ବିପରୀତ ରହିଛି । ଏହି ବଜେଟ୍ ଦେଶର ନାଗରିକଙ୍କ ପକେଟ୍ ଭରିବ, ଦେଶର ନାଗରିକଙ୍କ ସଂଚୟ କିପରି ବଢିବ ଏବଂ ଦେଶର ନାଗରିକ ବିକାଶର ଭାଗିଦାରୀ କିପରି ହେବ, ଏହି ବଜେଟ୍ ତାହା ଏକ ମଦଭୁତ ମୂଳଦୁଆ ପକାଇବ ।'

ପ୍ରଧାନମନ୍ତ୍ରୀ କହିଛନ୍ତି, 'ସଂସ୍କାର ଦୃଷ୍ଟିରୁ ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରମାଣୁ ଉର୍ଜାରେ ଘୋରଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଐତିହାସିକ ଅଟେ । ଏହାଦ୍ୱାରା ଦେଶର ବିକାଶରେ ସିଭିଲ୍ ନ୍ୟୁକ୍ଲିୟର ଏନର୍ଜିର ବଡ଼ ଯୋଗଦାନ ସୁନିଶ୍ଚିତ ହେବ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.